Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଳ ବୈଶାଖୀ ତାଣ୍ଡବ; ଉପୁଡିଲା ଗଛ, ଉଡ଼ିଲା ଘରର ଆଜବେଷ୍ଟସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ଅଞ୍ଚଳରେ ବୁଧବାର ରାତି କାଳ ବୈଶାଖୀର ତାଣ୍ଡବ ଦେଖାଯାଇଛି l ବ୍ଲକର ବହଳ ପଦର ,ଖଣ୍ଡହତା ଆଦି ପଞ୍ଚାୟତ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଥିବା କୁହାଯାଉଥିବା ବେଳେ ଲୋକଙ୍କ ଘର ଛାତରୁ ଆଜବେଷ୍ଟସ୍ ସିଟ ସବୁ ଉଡାଇ ନେଇଥିଲା l ଏଭଳି ପରିସ୍ଥିତିରେ ବଡ ବଡ ଗଛ ସବୁ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l କାଳ ବୈଶାଖୀର ଝଡ଼ ପ୍ରଭାବରେ ମଧ୍ୟମ ଧରଣର ବର୍ଷା ହୋଇଛି l ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ଚାରିଆଡ଼େ ଅନ୍ଧାର ଦେଖା ଦେଇଛି l ରାତି ପ୍ରାୟ ଆଠ ଟା ରୁ ନଅ ଭିତରେ ଆରମ୍ଭ ହୋଇଥିବା ଏହି ଝଡ ଘଣ୍ଟାଏ ଯାଏ ପ୍ରଳୟ କରିଛି l ମିଳିଥିବା ସୂଚନା ଅନୁସାରେ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ, ବିଶାଲ ପାଲି, ଚିଙ୍ଗରାନାଲି, ପାତ୍ର ପାଲି ଆଦି ଗ୍ରାମ ସହିତ ଖଣ୍ଡ ହତା ପଞ୍ଚାୟତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି l ପ୍ରଶାସନ ତରଫରୁ କ୍ଷୟକ୍ଷତିର ହିସାବ କରି ଶୀଘ୍ର କ୍ଷତି ପୂରଣ ଦେବାକୁ ଦାବି କରାଯାଇଛି।