ସ୍ବାଧିନତା ସଂଗ୍ରାମୀ, ଖଟିଖିଆ ଜନତା ର ସାଥୀ ତଥା ଏଚଏମଏସ ର ସଭାପତି ବିଶ୍ଵନାଥ ପଣ୍ଡିତଙ୍କୁ ସମ୍ବର୍ଧନା
ଜମନକିରା : ସ୍ଥାନୀୟ ଶ୍ରମିକ ଭବନରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ବିଶ୍ଵନାଥ ପଣ୍ଡିତଙ୍କ ୧୦୭ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, କୁଚିଣ୍ଡା ଡିଭିଜନ ଓ ପଶ୍ଚିମ ଓଡ଼ିଶା ସ୍ତରୀୟ ପକ୍ଷରୁ ମିଳିତ ଭାବେ ପାଳିତ ହୋଇଯାଇଛି।ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ସଭାପତିଙ୍କ ସଭାପତିତ୍ବ ଏବଂ ରାଜ୍ୟ ସମ୍ପାଦକ ମହମ୍ମଦ ମୂରତୁଜାଙ୍କ ପରିଚାଳନାରେ ଆୟୋଜିତ ଏହି ଜୟନ୍ତୀ ସଭାରେ ପଶ୍ଚିମାର ସଭାପତି ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଂଗଠନ ମୁଖପାତ୍ର ସରୋଜ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପଶ୍ଚିମାର ସମ୍ପାଦକ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିଶାନ, ସଂଘର ସଂଗଠନ ସମ୍ପାଦକ ସଂଜିତ୍ ମହାନ୍ତି, ମହିଳା ସମ୍ପାଦିକା ତଥା ପୂର୍ବତନ ବ୍ଲକ ଅଧକ୍ଷା ପଦ୍ମାବତୀ କିସାନ, ପୂର୍ବ କ୍ୟାମ୍ପ ସଭାପତି ମନୋରଂଜନ ଭୋଇ, ଆଦିବାସୀ ନେତା ଶ୍ୟାମ ମୁଣ୍ଡା ,ବିଜେଡି ବ୍ଲକ ସଭାପତି ଅମୂଲ୍ୟ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବକ୍ତାଗଣ ବିଶ୍ଵନାଥ ପଣ୍ଡିତ ଙ୍କ ସମାଜବାଦୀ କାର୍ଯ୍ୟଧାରା କୁ ଉଚ୍ଚ ପ୍ରଶଂସା କରି, ସେ ଖଟିଖିଆ ଜନତାର ଉପଯୁକ୍ତ ମୁକ୍ତିଦାତା ଥିଲେ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ଏଚ୍ଏମଏସ ର ରାଜ୍ୟ ସଭାପତି ମନୋନୀତ ହୋଇଥିବାରୁ ତାଙ୍କୁ ପଶ୍ଚିମା ଅନୁଷ୍ଠାନ ଓ ଅନ୍ୟ ନେତୃ ମଣ୍ଡଳୀ ଉପଢୌକନ ଓ ଫୁଲ ତୋଡା ଦେଇ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସୁବାସ ନାୟକ ଶ୍ରୀ ମହାନ୍ତିଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସଂଘର ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି ସ୍ଵାଗତ ଭାଷଣ ଦେଇ ଥିବା ବେଳେ ଚତୁର୍ଭୁଜ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ।

