Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ,ମଞ୍ଚ ପୂଜନ ସହ ୩ ଦିନ ଧରି ମହୋତ୍ସବ ଆରମ୍ଭ।

କଳାହାଣ୍ଡି୦୭/୦୧
କଳାହାଣ୍ଡି ଜିଲ୍ଲା ର ସଂସ୍କୃତି ପରମ୍ପରା ଓ ଲୋକକଳା ର ମହାମିଲନ କଳାହାଣ୍ଡି କୋକସରା ବ୍ଲକ ସ୍ତରୀୟ ଗୁଡ଼ହାଣ୍ଡି ଉତ୍ସଵ ମଶାଲ ଯାତ୍ରା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି। କୋକସରା ଗ୍ରାମ କଲେଜ ଛକ ନିକଟ ରୁ ଆମପାଣି ରୁ ଆସିଥିବା ପ୍ରଭୁ ବୁଢ଼ାରଜା ଙ୍କ ମଶାଲ,ଲଡୁଗାଁ ଶିତଲା ମାତା ଙ୍କ ପାଲିଙ୍କି, ମହିମା ର ଦେବାଦେବୀ କୁ ସ୍ୱାଗତ କରିବା ପରେ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳ ର ବିରାଟ ପଟୁଆର ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରିବା ବାଟ ରେ ମା ଗ୍ରାମ ଦେବୀ ମା ଠାକୁରାଣୀ ଙ୍କ ମଶାଲ କୁ ସ୍ୱାଗତ କରାଯାଇଛି। ଠାକୁରାଣୀ ମନ୍ଦିର ର ମୁଖ୍ୟ ପୂଜକ ନନ୍ଦ କିଶୋର ଧରୁଆ ପୂଜାର୍ଚ୍ଚନା ସହ ବାଟ ବରଣ କରିଥିଲେ।ପରେ ସମ୍ବିଳିତ ଦେବାଦେବୀ ଙ୍କ ମଶାଲ ଗୁଡ଼ହାଣ୍ଡି ମଞ୍ଚ ରେ ପହଞ୍ଚିବା ପରେ ମଞ୍ଚ ପୂଜନ କରାଯାଇଥିଲା। କୋକସରାବିଡ଼ିଓ ଡ଼.ହିମାଞ୍ଚଲ ମାଝୀ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥବା ବେଳେ ମଞ୍ଚ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି,ସଭ୍ୟ ହେମନ୍ତ ମାଝୀ,ସମିତି ସଭ୍ୟ ଘନଶ୍ୟାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ କଳାହାଣ୍ଡି ଉତ୍ସବ ରେ ଲୁକ୍କାୟିତ କଳା,ସଂସ୍କୃତି,ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ମତ ପ୍ରକାଶ କରିଥିଲେ। ଏହାସହ ସନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଲ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ତହସିଲଦାର କୋକସରା ଚୋଡ଼ଗଙ୍ଗ ପ୍ରଧାନ, ବିଇଓ ମହେଶ କୁମାର ଭାଟି ଉପସ୍ଥିତ ରହି କଳାହାଣ୍ଡି ଉତ୍ସଵ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳାହାଣ୍ଡି ର ପରମ୍ପରା, ଲୋକ ସଂସ୍କୃତି କୁ ବଜାୟ ରଖିବାକୁ ମତ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ସମ୍ମାନିତ ଶିକ୍ଷକ ଏମ ଏନ ପଦ୍ମଲୋଚନ ସାହୁ, ଅମିତ କୁମାର ମହାନ୍ତି, ବାପା ଙ୍କୁ କିଡନୀ ଦାନ କରିଥିବା ସଲୋନୀ ଗର୍ଗ, ସମାଜସେବୀକା ବେଳଖଣ୍ଡି ଅଞ୍ଚଳ ର ସାଧବି ଭୋଇ, ଯୁବ କ୍ରିକେଟ ପ୍ରତିଭା ସାନଭି ପ୍ରଜ୍ଞା ରାଉତ,ମଞ୍ଚ ପରିଚଳନା ରେ ଅଧ୍ୟାପକ ମୋହନ ଚରଣ ବିଶି, ଶିକ୍ଷକ ଦେବାନନ୍ଦ ରାଉତ, କ୍ଷୀରସିନ୍ଧୁ ବାଣୁଆ, ଶିକ୍ଷୟିତ୍ରୀ ଯଶୋଧରା ବାଗ, ଛାତ୍ରୀ ଅନନ୍ୟା ଚିନ୍ଦା, ସୃଷ୍ଟି ପଣ୍ଡା,ଅର୍ପିତା ପଟ୍ଟନାୟକ ସହଯୋଗ କରିଥିଲେ।ପରେ ରାଜ୍ୟର ଅନେକ ସାଂସ୍କୃତିକ ଦଳ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories