Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଶିବ ମନ୍ଦିର ରେ ବିଜେପି କୋକସରା ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୧୦/୦୧
ଭାରତୀୟ ଜନତା ଦଳ ପକ୍ଷରୁ ଶନିବାର କୋକସରା ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ବୈଠକ ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ନୂତନ ଭାବେ ଦାଇତ୍ୱ ନେଇଥିବା କୋକସରା ମଣ୍ଡଳ ପ୍ରଭାରୀ ହିମାଂଶୁ କୁମାର ପଣ୍ଡା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ କୁ ସୁଦୃଢ଼ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ରେ କେମିତି କାର୍ଯ୍ୟକାରୀ ହେଉଛି ସେ ନେଇ ଦଳୀୟ କର୍ମକର୍ତ୍ତା ଙ୍କ ଆଲୋଚନା କରିଥିଲେ। ଏହି ବୈଠକ ରେ ମଣ୍ଡଳ ସଭାପତି ଶ୍ରୀ ନାଗ ଙ୍କ ସମେତ କୋକସରା ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ବରିଷ୍ଠ ନେତା ଶେଷଦେଵ ମୁଣ୍ଡ,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ନାଏକ,ଶାରଳା ପ୍ରସାଦ ପ୍ରଧାନୀ,ମୁକୁନ୍ଦ ପଟ୍ଟନାୟକ,ଗଣେଶ ନନ୍ଦ,ଦୈତାରୀ ବାରିକ,ବିନୋଦ ବିହାରୀ ରାଉତ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ନରେନ୍ଦ୍ର ପ୍ରଧାନୀ,ଧନ ସାହୁ, ସୋମନାଥ ବାଗ,ଭାବଗ୍ରାହୀ ପ୍ରଧାନୀ, ଭୀମ ଚିଲାଗୁନ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories