ଏକଲ ଅଭିଯାନ ପକ୍ଷରୁ ଗ୍ରାମୀଣ ଯୁବକଙ୍କ କ୍ରୀଡ଼ା ଓ ସଂସ୍କୃତି ମହୋତ୍ସବ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏକଲ ଅଭିଯାନଲ ଶାଖା ପକ୍ଷରୁ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ସହାୟତା ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ତ୍ରିବସୀୟ ଖେଳ ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିବସ କୁଚିଣ୍ଡା ଆଦିବାସୀ ଭବନ ନିକଟସ୍ଥ ଖେଳ ପଡିଆରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଅଧକ୍ଷତ କରିଥିଲେ। ଆୟୋଜିତ ଉଦଘାଟନ ଉତ୍ସବରେ ସମାଜସେବୀ ଓ ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ।ଅଧ୍ୟାପିକା ପଲ୍ଲବୀ ତନ୍ଦିଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ଏକଲ ଅଭିଯାନର ବ୍ଲକ ସଭାପତି ରମେଶ ପ୍ରଧାନ ପ୍ରାରମ୍ଭିକ ସୂଚନା ଓ ସଂଯୋଜକ ହରିଶ ଜୟପୁରିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଗଣ ସ୍ବାମୀ ବିବେକାନନ୍ଦଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପଦାନ କରି ସ୍ୱାମୀଜୀଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ଏହାପରେ ଦୌଡ଼ କୁଦ, ଉଚ୍ଚ ଡିଆଁ , ଲମ୍ବଡିଆଁ, ରଙ୍ଗୋଲି, ସଙ୍ଗୀତ, ହାଣ୍ଡିପିଟା, ବେଲୁନ ଫୋଡ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଦିବସର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ୧୨ ତାରିଖ ଜାତୀୟ ଯୁବ ଦିବସ ପର୍ଯ୍ୟନ୍ତ କ୍ରମାନ୍ୱୟରେ ଚାଲିବ ବୋଲି ଜଣାଯାଇଛି।ଶେଷରେ ସୁଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ ଛତ୍ରିଆ,ରଶ୍ମିତା ଲୁହୁରା, ମିନ୍ନା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

