Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ରେ ଛାତ୍ରୀଛାତ୍ର ଦେଖାଇଲେ ନିଜର ଦକ୍ଷତା

ପଟ୍ଟାଙ୍ଗି୧୧/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଥିଲା ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ । ଉକ୍ତ କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ସହଯୋଗରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ସମୟରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ବିଡ଼ିଓ ରାମକ୍ରିଷ୍ନା ନାୟକ , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ସ୍ଥାନୀୟ ଶିଳ୍ପ ତାଲିମ ଶିକ୍ଷା କେନ୍ଦ୍ର ର ତାଲିମଦାତା ଦେବ ପ୍ରସାଦ ମହାପାତ୍ର , ଭାବାନୀ ମୁର୍ମୁ , ମୁଖ୍ୟ ବକ୍ତା ଗାଙ୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ରାମକୃଷ୍ଣ ସାମଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା ସଭାପତି ଲକ୍ଷ୍ମଣ ଚିକୁଡୁ , ସାମାଜଶେବୀ ବଳରାମ ବାରିକ୍ , ଆଲୁମୁନି ସଭାପତି ପ୍ରତାପ ଚୈଉଧିରୀ , ପୁକାଲି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଦୀପଶିଖା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୟରେ ବିଦ୍ୟାଳୟ ପକ୍ଷରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଉତ ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଯଥା ଫୁଲତୋଢା ଏଠି ବାଦ ଦେଇ ସମସ୍ତଙ୍କ ହାତରେ ଫୁଲଗଛ ଚାରା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଯାହାକୁ ନେଇ ଏହିପରି ଫୁଲଚାରା ଗଛ ସମସ୍ତଙ୍କୁ ଉତ୍ସାହିତ କରିଥିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଉକ୍ତ ପଦକ୍ଷେପ ଅନେକ ସ୍ୱାଗତ ଯୋଗ୍ୟ ବୋଲି ନିଜ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ବିଦ୍ୟାଳୟ ସ୍ତରରେ ପିଏମ୍ ଶ୍ରୀ ପାଳନ କରିବା ଏକ ମୂଳ ଉଦ୍ଦେଶ୍ୟ ରହିଛି । ଯାହାକି ପାଠପଢୁ ଥିବା ଛାତ୍ରୀ ଛାତ୍ର ମାନଙ୍କ ଭିତରେ ରହିଥିବା ବିଭିନ୍ନ ଦକ୍ଷତା କିପରି ଲୋକ ଲୋଚନ କୁ ଆଣି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏହା ହେଉଛି ମୁଖ୍ୟ ଲକ୍ଷ୍ୟ । ଯେମିତି କି ଗୋଟିଏ ଛାତ୍ର ହେଉ ବା ଛାତ୍ରୀ ପାଠପଢି ନିଜର ଦକ୍ଷତା ଅନୁସାରେ ଚାକିରୀ କରିବା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରି ଦକ୍ଷତା ହାସଲ କରିବା ନିଜ ମଧ୍ୟରେ ଲକ୍ଷ୍ୟ ରଖିବା ଉଚିତ୍ ବୋଲି ଉପସ୍ଥିତ ସମସ୍ତ ଅତିଥି ନିଜ ନିଜ ଅଭିଭାଷଣ ମାଧ୍ୟମରେ ମତ ପ୍ରଦାନ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମ ପରିସରରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପରିବେଷଣ କରା ଯାଇଥିବା ବିଭିନ୍ନ ଷ୍ଟଲ ଅତିଥି ମାନେ ପରିଦର୍ଶନ କରି ଉତ୍ସାହିତ କରିଥିଲେ । ଶେଷରେ ଉଦଘାଟନୀ କାର୍ଯ୍ୟକ୍ରମ ସରିବା ପରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ଏକ ଛୋଟିଆ ଡ୍ରାମା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୁପ୍ରଭା ପରିଡ଼ା ଏବଂ ପ୍ରଫୁଲ୍ଲ କୁମାର ବେହେରା ସଭା ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories