Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଅନାଥ ଆଶ୍ରମ ଖୋଲିବା ସକାଶେ ବୈଠକ ଅନୁଷ୍ଠିତ; ସ୍ବତନ୍ତ୍ର କମିଟି ଗଠିତ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ଠେଲକୋଡୁଙ୍ଗୁରୀ- ଡୁମେରବାହାଲ ଠାରେ ଏକ ମହିମା ଅନାଥ ଆଶ୍ରମ ଖୋଲିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମହିମା ମଠର ବାବା ଦାମୋଦର ଦାସ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ପରେ ଶ୍ରୀ ଦାସ ଏକ କନିଟି ଗଠନ କରି ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ରଖି ପାଠ ପଢ଼ାଇବା ସହିତ ଆଶ୍ରମରେ ଆଶ୍ରୟ ନେବେ ନିଷ୍ପତ୍ତି ହୋଇଥିଲା । ଆଶ୍ରୟ କମିଟି ସଭାପତି ଭାବେ ମନୋଜ କୁମାର ବାରିକ, ଉପ ସଭାପତି ସୁଦାମ ଘିଭେଲ, ସମ୍ପାଦକ ନିତ୍ୟାନନ୍ଦ ରଣା, ସହ ସମ୍ପାଦକ ମଦନ ଘିଭେଲା, ଯୁଗ୍ମ ସମ୍ପାଦକ ବରୁଣ ରଣା, କୋଷାଧ୍ୟକ୍ଷ ଭାବେ ନରେଶ ରାଉତ, ଆଇନ ପରାମର୍ଶଦାତା ଭାବେ ବିଶ୍ୱ ବିଜୟ ସିଂ ବାରିକ, ପରାମର୍ଶଦାତା ଭାବେ ଜୟରାମ ତାଣ୍ଡି ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି କମିଟିରେ ୨୧ ଜଣ ସଦସ୍ୟଙ୍କୁ ଚୟନ କରାଯାଇଥିଲା । ଶେଷରେ ସମ୍ପାଦକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ