ବୀଣାପାଣି ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତ ଗରିଆବାହାଲ ଗାଁ ମକର ଯାତ୍ରା ମଣ୍ଡପରେ ଯାତ୍ରା କମିଟି ସହାୟତାରେ ମା” ବୀଣାପାଣି ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ମୁଖ୍ୟଅତିଥି ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବ୍ୟାସକବି ଫକୀର ମୋହନଙ୍କ ସ୍ମୁତି ଚାରଣ କରି ତାଙ୍କର ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଝାରସୁଗୁଡ଼ା ର ସାହିତ୍ୟିକ ପ୍ରେମ ସାଗର ଦେହେରିଆ, ଦେବଗଡ଼ ର ସାହିତ୍ୟିକ ବିପିନ ବିହାରୀ ପୃଷ୍ଟି, କୁଚିଣ୍ଡା ଗୁଦଗୁଦା ସାହିତ୍ୟ ସଂସଦର ସମ୍ପାଦକ ଶେଖର ବନମାଳୀ ନାମଦେଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମିଳନୀରେ କୁଚିଣ୍ଡା, ଜମନକିରା, ହୀରାକୁଦ, ଦେବଗଡ଼, ଝାରସୁଗୁଡ଼ା ଆଦି ଅଞ୍ଚଳରୁ ଅର୍ଦ୍ଧ ବହୁ କବି ଯୋଗଦାନ କରିଥିଲେ। କବିତା ପାଠ ପରେ ପୂର୍ବତନ ବିଧାୟକ ଶ୍ରୀ ମାଝୀଙ୍କୁ ଜଣେ ଆଦର୍ଶ ରାଜନେତା, ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାୟକଙ୍କୁ ସାହିତ୍ୟ ସାଧନା ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଅବସରପ୍ରାପ୍ତ ବିଡିଓ କବି ମୁରଲୀଧର, ବିନାୟକ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ମୁକ୍ତେଶ୍ଵର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ ନାୟକ, ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା, ହର ମୋହନଙ୍କୁ ସାହିତ୍ୟ ସଂସଦ ଓ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। କବି ସମ୍ମିଳନୀ ଉତ୍ତମ ଭାବରେ ଆୟୋଜନ କରିଥିବାରୁ ନରେଶ ଚନ୍ଦ୍ର ପଟେଲ, ଉମେଶ ପଟେଲ, ପ୍ୟାରୀ ମୋହନ ପଟେଲ, ଗୋପୀନାଥ ନାୟକ, ଦଇତାରୀ ପଟେଲ, ବାବୁଲୁ ପଟେଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ଆବାହକ ଶ୍ରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ପ୍ରମୋଦ କର୍ସେଲ, ସୁଦର୍ଶନ ପାଣି, ଅକ୍ଷୟ ଦେହୁରୀ, ବସନ୍ତ ଚୌଧୁରୀ, ସରୋଜ ମେହେର, ଶୁରୁମଣି ସୁନାନୀ, ହୃଷୀକେଶ ପଟେଲ ପ୍ରମୁଖ ତାଙ୍କର ନିଜସ୍ୱ କବିତା ପାଠ ବେଶ ଆକର୍ଷଣୀୟ ହୋଇଥିଲା।

