Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ବିଜେଡ଼ି ସଭାପତି ହେଲେ ବିପିନ…ଦଳୀୟ କର୍ମୀ କଲେ ସ୍ୱାଗତ…

ଲକ୍ଷ୍ମୀପୁର ୧୭/୦୧ …. ଦୀର୍ଘ ଦୁଇ ବର୍ଷ ହେଲା ବିଧାନସଭା ନିର୍ବାଚନ ପରଠାରୁ ଲକ୍ଷ୍ମୀପୁର ବ୍ଲକ ରେ ଖାଲି ପଡିରହିଥିଲା ବିଜେଡ଼ି ସଭାପତି ପଦବୀ, ଗତକାଲି ବିଜେଡ଼ି ର କିଛି ବ୍ଲକ ସଭାପତି ଙ୍କ ନାମ ଘୋଷଣା ହୋଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ରେ ବିପିନ ମାଣ୍ଡିଙ୍ଗା କୁ ସଭାପତି ଭାବେ ଚୟନ କରାଯାଇଛି… ବ୍ଲକ ସଭାପତି ଙ୍କୁ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ…  ଜିଲ୍ଲା ସଭାପତି ଝିନ ହିକକା ଓ ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା  ମଧ୍ୟ ବିପିନ ଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ପ୍ରଦାନ କରିଥିଲେ… ଆସନ୍ତା ବର୍ଷ କୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଠି ରେ ରଖି ବ୍ଲକ ସଭାପତି ପଦବୀ ଗୁଡିକ ଘୋଷଣା କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ର ପଞ୍ଚାୟତ ନିର୍ବାଚନ ହିଁ ତାଙ୍କ ସକାଶେ ମୁଖ୍ୟ ହେବ ବୋଲି ବିପିନ ପ୍ରକାଶ କରିଛନ୍ତି।ଦୀର୍ଘ ଦିନ ହେଲା ବିଜେଡ଼ି ର କୌଣସି କର୍ମୀ ସମାବେଶ ହୋଇନଥିବା ବେଳେ ସଭାପତି ଙ୍କ ନେତୃତ୍ୱ ରେ ଅତିଶୀଘ୍ର ଏକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ଉଭୟ ବ୍ଲକ ଓ ଜିଲ୍ଲା ବିଜେଡ଼ି ସଭାପତି ପ୍ରକଶ କରିଛନ୍ତି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ