ଷଣ୍ଢପଥର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅପରାହ୍ନ ସାଢେ଼ ୬ ଟା ସମୟରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଉପସ୍ଥିତ ହୋଇ ମଶାଲ ଜାଲି କ୍ରୀଡା ଉତ୍ସବ କୁ ଉଦଘାଟିତ କରିଥିଲେ। ଉଦଘାଟନୀ ଖେଳ କାର୍ଯ୍ୟକ୍ରମ ମଞ୍ଚକୁ ସହକାରୀ ଅଧ୍ୟାପିକା ସମଲେଶ୍ଵରୀ ତନ୍ତୀ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁନୀତା ବେହେରା ସହଯୋଗ କରିଥିଲେ। ସମ୍ମାନିତ ଅତିଥି ଭାବେ ବଡରମା ସମିତି ସଭ୍ୟ ଅଶୋକ କୁମାର ବାଘ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୧୦୦ ମିଟର ଦୌଡ ରେ ଜ୍ୟୋତି ପ୍ରକାଶ କିଷାନ, ୮୦୦ ମିଟର ଦୌଡ ରେ ପୂର୍ଣ୍ଣମୀ ମୁଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡିଷ୍କସ ଥ୍ର ରେ ଅମିତ୍ କୁମାର ବାଘ, ଲମ୍ବା ଦୌଡ ରେ ନମିତା ନାଏକ, ଉଚ୍ଚ ଡିଆଁ ରେ ଗୀତାଞ୍ଜଳି ମାଝୀ ପ୍ରଖୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉଦଘାଟନୀ ଶେଷରେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ଶ୍ରୀ ଜଗତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦାଶ ଉପସ୍ଥିତ ଥିଲେ। ବରିଷ୍ଟ ଅଧ୍ୟାପିକା ଶ୍ରୀମତୀ ତନ୍ତୀ ଧନ୍ୟବାଦ ଅର୍ପଣ କରି ଖେଳ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ। ଏଥିରେ ବରିଷ୍ଟ ଅଧ୍ୟାପିକା ଉପମା ନାଏକ, ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ପିଇଟି ନାରାୟଣ ପଧାନ, ଶିବ ବେହେରା ଏବଂ ତପନ କୁମାର ଖୁଣ୍ଟିଆ ଖେଳ କୁ ପରିଚାଳନା କରିଥିଲେ।

