Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ମହୋଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଆଜି ଶୁକ୍ରବାର ଅପରାହ୍ନ ସାଢେ଼ ୯ଟା ସମୟରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜମନକିରା ଡିଗ୍ରୀ କଲେଜ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ନିଜସ୍ଵ ଲୁକ୍କାୟିତ ପ୍ରତିଭା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ବଡରମା ସରପଞ୍ଚ ବିଜୟ କୁମାର ନାଏକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ମଞ୍ଚକୁ ସହକାରୀ ଅଧ୍ୟାପିକା ସମଲେଶ୍ଵରୀ ତନ୍ତୀ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁନୀତା ବେହେରା ସହଯୋଗ କରିଥିଲେ। ବାର୍ଷିକ ବିବରଣୀ ପଠନ ଅଧ୍ୟକ୍ଷା ଦାଶ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ଅଧ୍ୟାପିକା ଉପମା ନାଏକ କରିଥିଲେ।ଶେଷରେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ.ରାଜେନ୍ଦ୍ର କୁମାର ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ବରିଷ୍ଟ ଅଧ୍ୟାପିକ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories