Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପଂଚାୟତ ହାଇସ୍କୁଲ ବାର୍ଷିକୋତ୍ସବ “ଉଡ଼ାଣ” ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ହାଇସ୍କୁଲରେ ଆଜି ବାର୍ଷିକ ଉତ୍ସବ “ଉଡ଼ାଣ” ଅନୁଷ୍ଠିତ ହୋଇ ଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗ ଦେଇ ଛାତ୍ରୀ ଛାତ୍ରଙ୍କୁ ଦୃଢ଼ ସଂକଳ୍ପ କରି ଲକ୍ଷ୍ୟ ସ୍ଥିର କଲେ ଜୀବନରେ ଉନ୍ନତି ହୋଇ ପାରିବ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଦେବଗଡ଼ ଜିଲ୍ଲା ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ବିଜୟ କୁମାର ମହାରଣା ଯୋଗଦେଇ ତାଙ୍କ ବକ୍ତବ୍ୟରେ ସେ ଛାତ୍ରୀ ଛାତ୍ର ଏବଂ ଅବିଭାବକ ଅବିଭାବିକା ମାନଙ୍କୁ ପିଲା ମାନେ ହେଉଛନ୍ତି ମାଟିର ପୁତୁଲା। ସେମାନଙ୍କୁ ଠିକରେ ଗଢି ତୋଳିବା ହେଉଛି ପିତା ମାତାଙ୍କ ମୁଖ୍ୟ ଦାୟିତ୍ଵ। ତେଣୁ ଛୋଟ ବେଳରୁ ହିଁ ଆଚରଣ, ସଂସ୍କାର ଓ ବ୍ୟବହାର ଦିଗରେ ଯତ୍ନଶୀଳ ହେଲେ ଭବିଷ୍ୟତରେ ଭଲ ମଣିଷ ହୋଇ ଜୀବନରେ ଉନ୍ନତି ହୋଇ ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଆଦି ପ୍ରସାଦ ମହାକୁଲ, ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆ ପ୍ରମୁଖ ମଞ୍ଚାଷିନ ଥିଲେ। ବାର୍ଷିକ ବିବରଣୀ ପଠନ ପ୍ରଧାନ ଶିକ୍ଷୟତ୍ରୀ ବେହେରା କରିଥିବା ବେଳେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ ସହକାରୀ ଶିକ୍ଷକ ଲୁକେଶ ବାଘ ଓ ଅତିଶ୍ମୃତି ସାହୁ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଅପରାହ୍ନରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଥିଲା। ସ୍କୁଲର ଉଡାଣ ଦ୍ୱିତୀୟ ଅଧିବେଶନ ର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଶେଷରେ ସହକାରୀ ଶିକ୍ଷକ ଶୁଭାଶିଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତା ମାଝୀ, ମନ୍ଦାକିନୀ ପତି, ଜ୍ୟୋତିର୍ମୟୀ ବିଶ୍ଵାଳ, ନିହରିକା ସାମଲ, ସୋଭରାଣି ବାଘ, ଦୀପକ କିସାନଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories