ଜାମୁମାଲ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ
ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ କୁମାର ନାୟକ ଯୋଗ ଦେଇ ଛାତ୍ରୀ ଛାତ୍ରଙ୍କୁ ପାଠ ପଢିବା ସହ ନିଜର ଲୁକ୍କାୟିତ ପ୍ରତିଭା କୁ ବିକାଶ କରିବା ଦିଗରେ ଯତ୍ନଶୀଳ ହୁଅ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଜରାବଗା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀ ଛାତ୍ର ମାନଙ୍କୁ ଦାୟିତ୍ଵ ବୋଧତା ଉପରେ ଗଳ୍ପ ମାଧ୍ୟମରେ ବୁଝାଇଥିଲେ। ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଅଧ୍ୟକ୍ଷତା କରିବା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ପଟେଲ, ଟଙ୍ଗରାଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁ, ସିଆରସିଶି ରମଣୀ ରଂଜନ କିସାନ ପ୍ରମୁଖ ମଞ୍ଚଶିନ ଥିଲେ। ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସୁନିଲ କୁମାର ନାଗ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ସୃତି ମୁଣ୍ଡା, ଯ୍ୟୋତୀଶ୍ନା ମୁଣ୍ଡା, ଶ୍ରୁତି ଧୀବର, ସୁଶାନ୍ତ ମୁଣ୍ଡା, କୌଶଲ୍ୟା ଧରୁଆ ପ୍ରମୁଖ ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷକ ସରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସ୍କୁଲର ତପସ୍ୱିନୀ ମାଝୀ, ମହେଶ୍ୱର କାଲୋ, ଭବାନୀ ଶଙ୍କର ନାଏକ, ରୋହିତ କୁମାର ନାୟକ, ବିଳାସିନୀ କାଳୋ, ରଇବାରି ମୁଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

