Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଲୋଖମନ ଠାରେ ମଣ୍ଡି ମାଧ୍ୟମରେ ମାଣ୍ଡିଆ କ୍ରୟ ଅଭିଯାନର ଶୁଭାରମ୍ଭ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ପାଲୋଖମନ ଠାରେ ଜମନକିରା ସମନ୍ୱିତ ବିକାଶ ପ୍ରତିଷ୍ଠାନ ପକ୍ଷରୁ ମଣ୍ଡିରେ ମାଣ୍ଡିଆ ବିକ୍ରୟ ପାଇଁ ଆଜି ମଙ୍ଗଳବାର ଦିନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇ ମାଣ୍ଡିଆ ବିକ୍ରୀର ଶୁଭ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜମନକିରା ଗୋଷ୍ଠୀ କୃଷି ଅଧିକାରିଣୀ କାଦମ୍ବିନୀ ଶତପଥୀ ଯୋଗଦେଇ ମାଣ୍ଡିଆ ର ଉପକାରିତା ଓ ଏହାର ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ ଓ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମକୁ ଡିମିରୀମୁଣ୍ଡା ପଞ୍ଚାୟତରେ ଥିବା ସଗଡେଶ୍ୱର ଆଗ୍ରୋ ପ୍ରୋଡୁସର କମ୍ପାନୀ ଲିମିଟେଡ ପକ୍ଷରୁ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସଗଡେଶ୍ଵର ସଂସ୍ଥା ମୁଖ୍ୟ ନିର୍ବାହୀ ଅଧିକାରୀ ଗୋପବନ୍ଧୁ ସାହୁ ପରିଚାଳନା କରିଥିବା ବେଳେ ଶ୍ରୀଅନ୍ନ ଯୋଜନା ଅଭିଯାନର ସଂଯୋଜକ ରାହୁଲ ରୋସନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ