ଲକ୍ଷ୍ମୀପୁର ବ୍ଲକ ରେ ଆକାଂକ୍ଷା ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ…୫ ଟି ମାନଦଣ୍ଡ ୩ ମାସ ମଧ୍ୟରେ ପୂରଣ ଲକ୍ଷ…
ଲକ୍ଷ୍ମୀପୁର ୦୪/୦୨
କେନ୍ଦ୍ର ସରକାର ଙ୍କ ନୀତି ଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକରେ ଆଜି ଆକାଂକ୍ଷା ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏନେଇଁ ବ୍ଲକ୍ କାର୍ଯ୍ୟାଳୟ ଠାରୁ ଏକ ଶୋଭା ଯାତ୍ରା ବାହାରିଥିବା ବେଳେ ପll ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ଢେମ୍ସା ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାକୁ ପାଛୋଟି ନେଇଥିଲେ। ଶୋଭା ଯାତ୍ରାରେ ହାତରେ ବିଭିନ୍ନ ପ୍ରକାରର ପ୍ଲାଗ କାର୍ଡ ଧରି ଶିକ୍ଷକ,ଶିକ୍ଷୟତ୍ରୀ,ଅଙ୍ଗନବାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ।ନୀତି ଆୟୋଗର ଏବିଏଫ ପାର୍ବତୀ ମହାନ୍ତି ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ସବ୍ୟସାଚୀ ବେହେରା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ବିଧାୟକ ପ୍ରତିନିଧି ମଣ୍ଟି ଖରା,ଏବିଡ଼ିଓ ସ୍ମୃତୀ ରଞ୍ଜନ ନାୟକ, ସରପଞ୍ଚ ଶ୍ୟାମସୁନ୍ଦର ତାଡିଙ୍ଗି,ସମିତି ସଭ୍ୟା ନୟନା ମାଣ୍ଡିଙ୍ଗା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୩ ରୁ ଆକାଂକ୍ଷା ବ୍ଲକ ଭାବେ କୋରାପୁଟ ଜିଲ୍ଲାର ଦୁଇଟି ବ୍ଲକ କୁ ନିଆଯାଇ ଥିବା ବେଳେ ୫ ଟି ବିଭାଗରେ ଶତ ପ୍ରତିଶତ କାର୍ଯ୍ୟ କରିକି ଦେଖାଇ ବାକୁ ପଡିବ, ବିଶେଷ କରି ଶିକ୍ଷା ସ୍ଵାସ୍ଚ୍ୟ, କୃଷି, ବେସିକ୍ ଇନ୍ଫ୍ରାଷ୍ଟ୍ରକ୍ଚର ଓ ସାମାଜିକ ଉନ୍ନତି ରେ ବ୍ଲକ କୁ ଏପ୍ରିଲ ମାସ ୧୪ ତାରିଖ ସୁଧା କରିବାକୁ ସମୟ ଧାର୍ଯ୍ୟ ଦିଆଯାଇଛି।
ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ରେ ୬ ମାସରୁ ୬ ବର୍ଷ ବୟସର ପିଲାମାନଙ୍କୁ ପରିପୂରକ ପୃଷ୍ଟିସାର ଖାଦ୍ୟ ପ୍ରଦାନ,ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ପିଲାମାନଙ୍କର ଓଜନ ଓ ଉଚ୍ଚତା ମାପ,ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକ୍ଷମ ଶୌଚାଳୟ,କାର୍ଯ୍ୟକ୍ଷମ ଅଙ୍ଗନୱାଡି କେନ୍ଦ୍ରର ଶତ ପ୍ରତିଶତ ପାନୀୟ ଜଳ ସହ ବାଳିକା କରାଯିବା ଉପରେ କୁହାଯାଇଥିଲା।ପ୍ରତ୍ୟେକ ସ୍କୁଲରେ ବାଳିକା ଶୌଚାଳୟ, ପ୍ରାଣୀ ଟୀକାକରଣ, କୃଷି ର ଉନ୍ନତି କରିବା ଭଳି ଛଅ ଗୋଟି ବିଷୟକୁ ନେଇ କାର୍ଯ୍ୟ କାରୀ କରିବା ଏହି ସମ୍ପୂର୍ଣ୍ଣତା ଅଭିଯାନର ମୂଲ ଲକ୍ଷ ବୋଲି ଅତିଥି ମାନେ କହିଥିଲେ।
କୃଷି ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ,ଓରମାସ ଓ ପ୍ରାଣୀ ଚିକିତ୍ସା ଳୟ ତରଫରୁ ଛଅଟି ଷ୍ଟଲ ଖୋଲା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମଗ୍ର ଭାରତ ରେ ୫୧୩ ଟି ବ୍ଲକ କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଓଡିଶା ର ୪୦ ଟି ରହିଛି, ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ଲମତାପୁଟ ଓ ଲକ୍ଷ୍ମୀପୁର ଅନ୍ତର୍ଭୁକ୍ତ ରହିଛି। ଗତ ଥର ସମସ୍ତ ମାନ ଦଣ୍ଡ ପୂରଣ କରିଥିବା କାରଣରୁ ଲକ୍ଷ୍ମୀପୁର ବ୍ଲକ ରୌପ୍ୟ ମେଡାଲ ପାଇଥିଲା, ଚଳିତ ବର୍ଷ ଶତ ପ୍ରତିଶତ ପୂରଣ ଆଶାରେ ରହିଥିବା ପ୍ରକାଶ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବ୍ଲକ୍ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ୱାଇଁ,ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ,ଡ.ଦୀପ୍ତି ରଞ୍ଜନ ପ୍ରଧାନ,କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ,ଓଡ଼ିଶା ଜୀବିକା ମିଶନ ବିପିଏମଓ ଟୁନା ଖଟେଇ,ଏବିଇଓ ମଦନ ମୁଦୁଲି ଓ ବିଭୁତି ଭୂଷଣ ଟାକ୍ରୀ,ବ୍ଲକ ର ସମସ୍ତ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।ବ୍ଲକ୍ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କ୍ଷେତ୍ରରେ ସହଯୋଗ କରିଥିଲେ।

