Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟଙ୍ଗପାଣି ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ଯୋଗ ଦେଇ ଛାତ୍ରୀ ଛାତ୍ରଙ୍କୁ ପାଠ ପଢିବା ସହ ନିଜର ଲୁକ୍କାୟିତ ପ୍ରତିଭା କୁ ବିକାଶିତ କରିବା ଦିଗରେ ଯତ୍ନଶୀଳ ହୁଅ, ଧର୍ଯ୍ୟ ଓ ସାହାସ ରଖି କାର୍ଯ୍ୟ କର, ସମୟର ସଦ ଉପଯୋଗ କର, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଦାୟିତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଜରାବଗା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା ଯୋଗ ଦେଇ କର୍ତ୍ତବ୍ୟ ନିଷ୍ଠା, ଏକାଗ୍ରତା, ସତ୍ୟବାଦୀତା, କର୍ମତତ୍ପର ଏବଂ ପରୋପକାରି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀ ଛାତ୍ର ମାନଙ୍କୁ ଦାୟିତ୍ଵ ବୋଧତା ଉପରେ ଗଳ୍ପ ମାଧ୍ୟମରେ ବୁଝାଇଥିଲେ। ପ୍ରଧାନ ଶିକ୍ଷକ ରାଜ କିଶୋର ପ୍ରସାଦ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍କୁଲ ପରିଚାଳନା କମିଟି ର ସଭାପତି କ୍ଷୀର ସାଗର ପ୍ରଧାନ ବିବରଣୀ ପଠନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜାମୁମାଲ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ, ନାଏବ ସରପଞ୍ଚ ପ୍ରମୋଦ କୁମାର ପଟେଲ, ସମିତି ସଭ୍ୟ ସନାତନ ବାଘ, ସିଆରସିଶି ରମଣୀ ରଞ୍ଜନ କିସାନ ପ୍ରମୁଖ ମଞ୍ଚାଶିନ ଥିଲେ। ସଭା କାର୍ଯ୍ୟ କୁ ସହକାରୀ ଶିକ୍ଷକ ସୁଶାନ୍ତ ଦେହୁରୀ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସୁମିତ୍ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ପ୍ରମୁଖ ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଏଥିରେ ସ୍କୁଲର ଶକୁନ୍ତଳା ବାଘ, ଯୁବରାଜ ପ୍ରଧାନ, ଅଞ୍ଜନା ନାଏକ, ନେତ୍ରମଣି କିଶାନ, ରାଜେନ୍ଦ୍ର ଘଟୁଆଲ, ଝରଣା ପ୍ରଧାନ, ସୁକେଶିନି ବାଘ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ