Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗା ମୁଣ୍ଡା ଧନୁଯାତ୍ରା ର ତୃତୀୟ ସନ୍ଧ୍ୟାରେ ଦୈବବାଣୀ, କଂସ ଦ୍ଵାରା ଦେବକୀଙ୍କ ଷଡପୁତ୍ର ବିନାଶ ଆଦି ମଞ୍ଚସ୍ଥ

ବୀରମହାରାଜପୁର :
ବୀରମହାରାଜପୁର ଉପକଣ୍ଠ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିବା ଧନୁଯାତ୍ରାର ଶୁକ୍ରବାର ଥିଲା ତୃତୀୟ ସଂଧ୍ୟା । ଆଜି ନାଟ୍ୟାଭିନୟ ରେ ବିଜୁଳି କନ୍ୟା ର ଦୈବବାଣୀ , କଂସ ଦ୍ୱାରା ଦେବକୀ ବସୁଦେବଙ୍କ ଷଡପୁତ୍ର ବିନାଶ, ପୁତନା କୁ ଗୋପପୁର ପ୍ରେରଣ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା। କଂସ ଭୂମିକାରେ ଗୋପାଳ ଦାଶଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା । ରାଜ ଅତିଥି ଭାବରେ ବୀରମହାରାଜପୁର ଓକିଲ ସଂଗଠନର ସଭାପତି ରାଧାକାନ୍ତ ମହାକୁର , ସମ୍ମାନିତ ଅତିଥି ଭାବରେ ସୋନପୁର ଜେଲର ଅଞ୍ଜଳି ପଟେଲ, ଓଡ଼ିଶା ବୟନିକା ଅଧ୍ୟକ୍ଷ ପ୍ରକାଶ ମେହେର , ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା,ସମାଜ ସେବୀ କ୍ଷୀର ସାଗର ବିଭାର , ବାନ୍ଧ ଶିଳ୍ପୀ, କୈଳାସ ମେହେର , ପଙ୍କଜ ମେହେର , ସାମ୍ବାଦିକ ନୀଲକମଲ ମିଶ୍ର ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଦରବାରରେ ପ୍ରଭାସ ମେହେର , କଲ୍ୟାଣ ବାରିକ , ଶିବ ମହାକୁର,, ବେଦବ୍ୟାସ ମେହେର , ଦିନବନ୍ଧୁ ମେହେର , ଝରିଆ ମେହେର, ବିଷ୍ଣୁ ମେହେର, ପଦ୍ମ ଲୋଚନ ମେହେର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲl । ଚାଲିଥିବା ୫୬ପ୍ରହର ନାମଯଜ୍ଞ ରେ ଶ୍ରୀନିବାସ ନାୟକ , ଗୋପାଳ ପାଢ଼ୀ ଓ ଆଶୁତୋଷ ପୁରୋହିତ ପୂଜକ ଭାବରେ ଯଜ୍ଞାଦି କାର୍ଯ୍ୟ ସଂପାଦନ କରୁଛନ୍ତି। ପ୍ରତିଷ୍ଠା କମିଟିର ସଭାପତି ସାଫି ମେହେର , ସଂପାଦକ ମହାଦେବ ନାଏକ , କମିଟି ସଦସ୍ୟ ଉଦ୍ଧବ ମେହେର , ସଞ୍ଜିବ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗଜାନନ ପଣ୍ଡା, ଗଣେଶ ପଣ୍ଡା ଓ ଅଶ୍ବିନୀ ପଣ୍ଡା ପ୍ରମୁଖ ଜପକ କାର୍ଯ୍ୟ ତୁଲାଉଛନ୍ତି ।ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ, ସଂଜୀବ ସାହୁ , ତ୍ରିପୁରାରି ମଲ୍ଲିକ, ଉମେଶ ପଧାନ, ପ୍ରଦ୍ୟୁମ୍ନ କର୍ମୀ , ପ୍ରଫୁଲ୍ଲ ବେହେରା, ନାରାୟଣ ସାହୁ, ଜଗଦୀଶ ମେହେର , ଚୈତନ୍ୟ ପଧାନ, ପଞ୍ଚୁ ମେଣ୍ଡିଲି , ରାମଚନ୍ଦ୍ର ପ୍ରଧାନ , ଦାଶରଥି ଭୋଇ , ଅଯତ୍ନ କଲତା ପ୍ରମୁଖ ସହଯୋଗ କରୁଛନ୍ତି। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁଗଳ କିଶୋର ମିଶ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ