ଟିଠିପାଲି ରେ ନବ ନିର୍ମିତ ରାମେଶ୍ଵର ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଜଳନ୍ଧର ଦରବାର ପାଇଁ ଜଳନ୍ଧର ବରଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଗ୍ରାମ ର ନବନିର୍ମିତ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏ ଉପଲକ୍ଷେ ଆସନ୍ତା ୧୨.୦୩.୨୦୨୬ ରୁ ୧୬.୦୩.୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ଜଳନ୍ଧର ଦରବାର ପାଇଁ ବିଶିଷ୍ଟ ମଞ୍ଚ କଳାକାର ତଥା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର କଂସ ମହାରାଜ ଭୁବନେଶ୍ୱର ପ୍ରଧାନ ଙ୍କୁ କମିଟି ସଭ୍ୟଙ୍କ ଉପସ୍ଥିତି ରେ ବରଣ କରାଯାଇଛି I ଏହି ଅବସରରେ ରାମେଶ୍ଵର ମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ବିଦେଶୀ ମହାକୁର, ସମ୍ପାଦକ ମଳୟ କୁମାର ଅମାତ, ଉପଦେଷ୍ଟା ମୀନକେତନ ମହାକୁର ଙ୍କ ସମେତ କମିଟି ସଭ୍ୟ ରଶ୍ମିରଞ୍ଜନ ଅମାତ, ହୃଷୀକେଶ ପଣ୍ଡା , ଅନନ୍ତ ଖେତି , ଭୀଷ୍ମ ଦେବ ଅମାତ, ୱାର୍ଡ ସଭ୍ୟ ସଞ୍ଜୀବ ଦେହୁରୀ ହେବାର ଉପସ୍ଥିତ ଥିଲେ I ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଜଳନ୍ଧର ଦରବାର , ଚବିଶ ପ୍ରହରୀ ନାମଯଜ୍ଞ , ମୀନାବଜାର ଆଦି ଆୟାଜିତ ହେବାର କାର୍ଯ୍ୟକ୍ରମ ଥିବା କମିଟି ପକ୍ଷରୁ ପ୍ରକାଶ l

