ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ବୀରମହାରାଜପୁର :
ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସୋମବାର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ଘନଶ୍ୟାମ ମେହେର (ଓ.ଶି.ସେ) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ସୁବର୍ଣ୍ଣପୁର ମୁଖ୍ୟ ଅତିଥି , ପ୍ରମୋଦ କୁମାର ଦାସ , ସଭାପତି ବାଗବର ଉଚ୍ଚ ବିଦ୍ୟାଳୟ l ଅକ୍ଷୟ କୁମାର ଦାସ , ସଭାପତି ବିଦ୍ୟାଳୟ ପରିଚାଳନା କମିଟି . ନିରୁପମା ବଗର୍ତ୍ତି, ସରପଞ୍ଚ ବଗବର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ରାଧାକାନ୍ତ ବାଘ , କିଶୋର ନ୍ୟାୟ ବୋର୍ଡ , ବୌଦ୍ଧ ତଥା ପୂର୍ବତନ ସରପଞ୍ଚ ବାଗବାର ଗ୍ରାମ ପଞ୍ଚାୟତ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ଫଳପ୍ରଦ ହୋଇଥାଏ ବୋଲି କହିଥିଲେ। ବିଦ୍ୟାଳୟ ର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ତଥା ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଭୂଦତ୍ତ ବେଦୋକ୍ତ| ।ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ମିନାକ୍ଷୀ ପ୍ରଧାନ । ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟ|ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟ କୃତି ଛାତ୍ର କ୍ରିଷ୍ଣା ଦତ୍ତ ଶ୍ରେଷ୍ଠ ଛାତ୍ର ଓ ଛାତ୍ରୀ ପ୍ରୀତିମୟୀ ଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଧନ୍ୟବାଦ୍ ଅର୍ପଣ କରିଥିଲେ ଗୌରୀ କୁମୁର| ଏବଂ ସଭା ସଂଯୋଜନା କରିଥିଲେ ପ୍ରଭୁଦତ୍ତ ବେଦୋକ୍ତ| । ଶେଷରେ ଛ|ତ୍ରଛତ୍ରୀଙ୍କଦ୍ୱର| ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

