ସୁବଳୟା ଥାନା ଦୁର୍ଦ୍ଦୁରା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବୀରମହାରାଜପୁର – ରେଢ଼ାଖୋଲ ରାସ୍ତା ଦୂରଦୁରା ନିକଟ ରେ ମଙ୍ଗଳବାର ସୁବଳୟା ପୁଲିସ ବିପୁଳ ପରିମାଣ ରେ ଗଂଜେଇ ସହିତ ଏକ ସ୍କୁଟି ଓ ଇନୋଭା କାର ଜବତ ହୋଇଥିବା ଜଣାଯାଇଛି l ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ରେ ଏକ ଇନୋଭା କାର ଟି ଦ୍ରୁତ ଗତି ରେ ଯାଉଥିବା ଦେଖି ସୁବଳୟା ପୁଲିସ ଗାଡି କୁ ଅଟକେଇବାକୁ ଚେଷ୍ଟା କରିଥିଲା I ହେଲେ ଉକ୍ତ ସମୟରେ ଗାଡି ଟି ଦ୍ରୁତ ଗତି ରେ ଫେରାର ମାରୁଥିଲା l ସୁବଳୟା ପୁଲିସ ପଛପଟ ରୁ ଗୋଡ଼ାଇ ଥିବା ଜାଣି ରେଢ଼ାଖୋଲ ଅଞ୍ଚଳ ର ତ୍ରିବଣପୁର ରାସ୍ତାରେ ପଲlଉ ଥିବା ବେଳେ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ସୁରକ୍ଷା ବାଡ଼ ରେ ମାଡ଼ ହୋଇଥିଲା l ଫଳରେ ଗଂଜେଇ ବୋଝେଇ ଗାଡି କୁ ଛାଡି ଗାଡି ଡ୍ରାଇଭର ସହ ଅନ୍ୟ ଲୋକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଥିଲେ l ତେବେ ଜବତ ଗାଡି ରୁ 210 ପ୍ୟାକେଟ ଗଂଜେଇ ଜବତ ହୋଇଥିବା ବେଳେ ଓଜନ 2 କୁଣ୍ଟାଲ 3 କେଜୀ ବୋଲି ସୂଚନା ମିଳିଛି l ସୁବଲୟା ଥାନା ଏସ ଆଇ ମୋହିତ କୁମାର ସୁନାମି ଙ୍କ ନେତୃତ୍ୱ ରେ ଚଢ଼ାଉ ହୋଇଥିଲା l ସୁବର୍ଣ୍ଣପୁର ଏସ ପି ନାରାୟଣ ନାଏକ ଘଟଣା ସ୍ଥଳ ରେ ପହଂଚି ସ୍ଥିତି ପରଖି ଥିବା ସହ ଏକଜୁକୁଟିଭ ମାଜିଷ୍ଟେଟ ବିରମହାରାଜପୁର ସହକାରୀ ଜିଲ୍ଲାପାଳ ଅଜିତ ମିର୍ଧା ଓ ବୀରମହାରାଜପୁର ଏସ ଡି ପି ଓ ହେମନ୍ତ ରାଓ ଙ୍କ ଉପସ୍ଥିତି ରେ ସମସ୍ତ ଗଂଜେଇ ଓଜନ ହୋଈଥିଲା l

