ବୀରମହାରାଜପୁର ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟର ଙ୍କ ଚଢ଼ାଉ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ରୁ କେନ୍ଦୁପାଲି ରାସ୍ତା ରେ ଥିବା ସନ୍ଧ୍ୟା ଔଷଧ ଦୋକାନ ଉପରେ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ଡ୍ରଗସ ଇନିସ୍ପେକ୍ଟର ଟିକେଶ୍ଵରୀ ମାଝୀ ଚଢାଉ କରିଥିବା ଦେଖିବାକୁ ମିଳିଛି l ସଂଧ୍ୟା ଔଷଧ ଦୋକାନ ର ମାଲିକ ପ୍ରତ୍ୟୁଷ ରଞ୍ଜନ ରାୟ ଦୀର୍ଘ ବର୍ଷ ହେଲା ଔଷଧ ଦୋକାନ ଖୋଲି ଆସିଥିଲେ, ମାତ୍ର ସେ କେବଳ ଔଷଧ ବିକ୍ରୟ ପାଇଁ ଲାଇସେନ୍ସ ପାଇଥିଲେ ସୁଦ୍ଧା ଅର୍ଥ ଲୋଭରେ ରୋଗୀ ମାନଙ୍କ ଚିକିତ୍ସl କରୁଥିବା ଜଣାପଡ଼ିଛି I ଅନେକ ସମୟରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡ଼ିଛନ୍ତି l ସେହିପରି ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ କେବଳ ଔଷଧ ଦୋକାନ ଖୋଲି ଛୋଟ ଛୋଟ ଶିଶୁ ମାନଙ୍କ ଚିକିତ୍ସା କରିବା ସହିତ ବେଆଇନ ଭାବେ ଗର୍ଭପାତ କରୁଥିବା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି l ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି l କେବଳ ସନ୍ଧ୍ୟା ଔଷଧ ଦୋକାନ ବିଷୟରେ ଜିଲ୍ଲା ଡ୍ରଗସ୍ ଇନ୍ସପେକ୍ଟର ଙ୍କ ଠାରେ ଅଭିଯୋଗ ହେବା ଫଳରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଡ୍ରଗସ୍ ଇନ୍ସପେକ୍ଟର ତିକେଶ୍ଵରି ମାଝୀ ଙ୍କ ସହ ଓ. ଏସ. ଏଫ୍. ଭମେନ୍ଦ୍ରନାଥ ଦେ, ଏ. ଏଫ୍. ଓ ଚନ୍ଦ୍ରଶେଖର ମେହେର, ଅତିରିକ୍ତ ଡେପୁଟି କଲେକ୍ଟର ରାମଶଙ୍କର ମିଶ୍ର , ବୀରମହାରାଜପୁର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଉକ୍ତ ଦୋକାନ ଚଢାଉ ସମୟରେ ସାମିଲ ଥିଲେ l ରେଡ୍ ସମୟରେ ବୀରମହାରାଜପୁର ସନ୍ଧ୍ୟା ଔଷଧ ଦୋକାନରୁ କିଛି ଏକ୍ସପିଆରି କଣ୍ଡୋମ୍, ଔଷଧ, କପ ସିରଫ ସହ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଏକ ବେଡ୍ ଔଷଧ ଦୋକାନ ଭିତରେ ପଡ଼ିଥିବା ବେଳେ ଏକ ଷ୍ଟେଥୋସ୍କୋପ ଓ କିଛି ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଥିବା ସିରିଞ୍ଜ, କପା ଓ ଦୋକାନ ଆଗରେ ସବୁଜ ରଙ୍ଗର ୨ଟି ପରଦା ଟଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା l ଡ୍ରଗସ୍ ଇନ୍ସପେକ୍ଟର ଟିକେଶ୍ୱରି ମାଝୀ ଉକ୍ତ ଔଷଧ ଦୋକାନରୁ ଏସବୁ ଅନୈତିକ ଜିନିଷ ଦେଖିବାକୁ ପାଇଲାପରେ ଆଗକୁ ତଦନ୍ତ ସହ ଦୋକାନୀ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ନିଆ ଯିବ ବୋଲି କହିଥିଲେ l

