Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ଗଠନ ପାଇଁ ରାଜ୍ୟ ସରକାର ଗତ ଡ଼ିସେମ୍ବର ମାସରେ ଜାରି କରିଥଲେ l ରାଜ୍ୟସରକାର ଙ୍କ ନିର୍ଦ୍ଦେଶ କ୍ରମେ ଏନ ଏ ସି ଗଠନ ହେବାର ୬ମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଏହାର ୱାର୍ଡସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ ଚିଠା ଜlରିକରିଛନ୍ତି l ୨୧୭୬୩ଜଣ ଭୋଟର ଙ୍କୁ ନେ଼ଇ ଗଠିତ ହୋଇଥିବା ଏନ ଏ ସି ରେ ୧୭ଗୋଟି ୱାର୍ଡ କରାଯାଇଅଛି l ଏହି ୧୭ୱାର୍ଡ ମଧ୍ୟରୁ ୯ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି l ୯ଟି ୱାର୍ଡ ମଧ୍ୟରେ ୨ଟି ଅନୁସୂଚିତ ଜାତି ମହିଳା ଓ ଗୋଟିଏ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି l ୬ଟି ଆସନ ଅଣ ସଂରକ୍ଷିତ ମହିଳା ଙ୍କ ପାଇଁ ରହିଛି l ଅନ୍ୟ ୮ଗୋଟି ଆସନ ମଧ୍ୟରୁ ଅନୁସୂଚିତ ଜାତି ଙ୍କ ପାଇଁ ୨ଟି ଆସନ ସଂରକ୍ଷିତ ରହିଥିବା ବେଳେ ୬ଟି ଆସନ ଅଣ ସଂରକ୍ଷିତ ରହିଛି l ନୂତନ ଭାବେ ଗଠିତ ହୋଇଥିବା ଏହି ଏନ ଏ ସି ରେ ୨୧.୪୬ପ୍ରତିଶତ ଅନୁସୂଚିତ ଜାତି ର ଭୋଟର ଥିବା ବେଳେ ୧.୭୭ପ୍ରତିଶତ ଅନୁସୂଚିତ ଜନଜାତି ଭୋଟର ରହିଛନ୍ତି l ଏହି ଏନ ଏ ସି ହେବାଦ୍ବାରା ଉଫୁଳl ଓ ଚଂପାiମlଲ ୨ଟି ପଞ୍ଚାୟତର ସମସ୍ତ ଗ୍ରାମ ସାମିଲ ହୋଇଥିବାବେଳେ , ବାଗବର୍ ପଂଚାୟତ ର ବୁରୋଘାଟ, କେନ୍ଦୂପାଲି, ଲୁମୁରଜେନା, ଦେଉଳମୁଣ୍ଡା, ଭଳିଆପଦର, ଷଣ୍ଢl ଗ୍ରାମ ସାମିଲ ହୋଇଥିବାବେଳେ ହିଲୁଙ୍ଗ ପଞ୍ଚାୟତର ଲାତୁରପେଟ, ରଣାପlଳି, ଓ ବାଘମାରୀ ଗ୍ରାମ ସାମିଲ ହୋଇଥିବା ଜଣାଯାଇଛି l ଏହି ଚିଠା ତାଲିକାରେ ଯଦି କାହାର କିଛି ଆପତ୍ତି ଥାଏ ସଂଶୋଧନ ପାଇଁ ଆସନ୍ତା ୨୧ତାରିଖ ମଧ୍ୟରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆବେଦନ କରିପାରିବେ ବୋଲି ଏନ ଏସି ନିର୍ବାଚନ ଅଧିକାରୀ ରାଜୀବ ହାଁସଦା କହିଛନ୍ତି l ବୀରମହାରାଜପୁର ବାସୀଙ୍କ ବହୁଦିନରୁ ଦାବୀ ହୋଇ ଆସୁଥିବା ଏନ ଏ ସି ଗଠନ ହେବାପରେ ଅଞ୍ଚଳରେ ଆନନ୍ଦ ର ରହରୀ ଖେଳିଯାଇଛି l ମାତ୍ର ଏବେଠାରୁ ବିଭିନ୍ନ ଦଳ ଏନ ଏ ସି ଚେୟାରମେନ୍ ପଦ ପାଇଁ ଅଙ୍କ କଷା କଷି ଚାଲିଥିବା ଚର୍ଚ୍ଚା ଯୋର ଧରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ