Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାମାଳ ଚମ୍ପେଶ୍ଵର ପିଠ ରେ ଜାଗର ମେଳା ରେ ସୀତା ଚୋରି ପୌରଣିକ ନାଟକ ପରିବେଷିତ

ବୀରମହାରାଜପୁର :
ପବିତ୍ର ଶିବରାତ୍ରୀ ଜାଗରରେ ବାବା ଶ୍ରୀ ଶ୍ରୀ ଚମ୍ପେଶ୍ୱର ମହାଦେବ ଙ୍କ ପୀଠ,ଚମ୍ପାମାଳ ଠାରେ ରଘୁନାଥ ନାଟ୍ୟ ସଂସଦ , ଲୁମୁରଜେନା ର କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ସୀତାଚୋରି ପରିବେଷଣ ହୋଇଥିଲା । ଏହି ପରିପେକ୍ଷୀ ରେ ଆୟୋଜକ ରୋହିତ ହୋତା ଙ୍କ ତତ୍ୱାବଧାନ ରେ ହୋଇଥବା ଉଦଘାଟନୀ ସଭା ରେ ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ହୋତା , ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ , ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଉଷାକୁମାରୀ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡl , ଜିଲ୍ଲା ଉପ ସଭାପତି ସତ୍ୟବ୍ରତ ମିଶ୍ର , ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁମନ୍ତ ଜଗଦଲା , ପୋଲିସ ଅଧିକାରୀ ହେମନ୍ତ ରାଓ , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲl , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟନନ୍ଦ , ପ୍ରଭାସ ପଣ୍ଡl , ବିପିନ ପଣ୍ଡା , ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ସଭା କୁ ବରିଷ୍ଠ ସାମ୍ବାଦିକ କିଶୋର ହୋତା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ