Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସନ୍ଧ୍ୟା ମେଡିକାଲ ଷ୍ଟୋର କୁ ସିଲ କଲେ ଜିଲ୍ଲା ପ୍ରଶାସନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବୀରମହାରାଜପୁର ର “ସନ୍ଧ୍ୟା ମେଡିକାଲ ଷ୍ଟୋର” ନାମକ ଏକ ଔଷଧ ଦୋକାନକୁ ସିଲ୍ କରାଯାଇଛି । ଉକ୍ତ ଔଷଧ ଦୋକାନରେ ବେଆଇନ ଭାବେ କ୍ଲିନିକ୍ ଖୋଲାଯାଇ ଭ୍ରୁଣ ହତ୍ୟା ଭଳି ଅନେକ ବେଆଇନ କାର୍ଯ୍ୟକଳାପ କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ସୋମବାର ବୀରମହାରାଜପୁର ବ୍ଲକ କାର୍ଯ୍ୟଳୟରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ । ଜିଲ୍ଲା ଓ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉକ୍ତ ଦୋକାନକୁ ସିଲ୍ କରାଯାଇଥିଲା ।
ସୁଚନାଯୋଗ୍ୟ ଯେ ଗତ ୧୩ ତାରିଖରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଦୋକାନ ଉପରେ ଅତର୍କିତ ଭାବେ ଚଢାଉ କରାଯାଇଥିଲା ଓ କେତେକ ଆପତ୍ତିଜନକ ଔଷଧ ଜବତ ହୋଇଥିଲା । ଏ ସମ୍ପର୍କରେ ଗତ ୧୩ ତାରିଖ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଇତିମଧ୍ୟରେ ଚଢାଉ ଦଳ ମଧ୍ୟ ତାଙ୍କର ରିପୋର୍ଟ ଦେଇଥିଲା । ଜିଲ୍ଲାପାଳ ଡ଼.ସାହୁ ସମଗ୍ର ଜିଲ୍ଲାରେ ବେଆଇନ ଔଷଧ ଦୋକାନ ଓ ବେଆଇନ କ୍ଲିନିକ୍ ଓ ନର୍ସିଂ ହୋମ ଆଦି ଉପରେ ଏଭଳି ଚଢାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ