Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡାପାଲ ଗ୍ରାମବାସୀ ଦାବି କଲେ ଜବର ଦଖଲ ଉଚ୍ଛେଦ ପାଇଁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡାପାଳ ଗ୍ରାମର ସମସ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହୋଇଛି । ଗ୍ରାମବାସୀ ସୋମବାର ଗ୍ରାମର ଗୋଚର ଓ ଚାରଣ ଭୂମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିକରି ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମର ଖାତା ନମ୍ବର- ୧୬୭, ୧୬୮, ୧୬୯ରେ ଗ୍ରାମର ବହୁ ସରକାରୀ ଜମି ରହିଛି । ତେବେ ମୁଷ୍ଟିମେୟ କେତେକ ବ୍ୟକ୍ତି ଏହାକୁ ଜବରଦଖଲ କରି ଚାଷବାସ କରୁଛନ୍ତି । ଫଳରେ ଗ୍ରାମର ଗାଈ, ବାଛୁରୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ପାଇଁ ଚାରଣ ଭୂମିର ଘୋର ଅଭାବ ଦେଖାଦେଇଛି । ଗ୍ରାମର ବିକାଶମୂଳକ କାର୍ଯ୍ୟ ପାଇଁ ମଧ୍ୟ ସରକାରୀ ଜମି ମିଳି ପାରୁ ନାହିଁ । ଯଥାଶୀଘ୍ର ଏହାର ତଦନ୍ତ ଓ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଗ୍ରାମବାସୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ