ବୀରମହାରାଜପୁର ମୁର୍ଷୁଣ୍ଢୀ ରାସ୍ତା ର ହିଲୁଙ୍ଗ ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ 3 ଜଣଙ୍କର ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ହିଲୁଙ୍ଗ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି | ପ୍ରଥମେ ତିନି ଜଣ ସ୍ଥାନୀୟ ଡାକ୍ତରଖାନା ରେ ଭର୍ତି ହୋଇଥିଲେ | ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା I ମୃତ ବ୍ୟକ୍ତି ଜଣକ ବଡ଼ମାଳ ଗାଁ ର ଅଗସ୍ତି ଭୋଇ ବୋଲି ଜଣାଯାଇଛିl ତେବେ ଗୁରୁତର ଥିବା ଜଣଙ୍କର ବୁର୍ଲା ମେଡିକାଲ ଏବଂ ରାଉରକେଲା ଯିବା ରାସ୍ତାରେ ମୃତ୍ୟୁ ଘଟି ଥିବା ଆଜି ଜଣାପଡିଛି I ବୀରମହାରାଜପୁର ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ଯାଇଛି l

