ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ମନୋନୀତ ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ନବ ନିର୍ବାଚିତ ମନୋନୀତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ନିର୍ବାଚିତ ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା l ପରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ଦୟାନିଧି ହୋତା , ଉପସଭାପତି ଦିଲ୍ଲୀପ ତ୍ରିପାଠୀ , କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ , ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା , ସହ ସଂପାଦକ ଜୀତେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର , ସମୀକ୍ଷକ ଦୀନବନ୍ଧୁ ମେହେର, ଉପଦେଷ୍ଟା ସୌମିତ୍ରି ମେହେର ଓ ଅକୃର ଦନ୍ତl ଙ୍କ ସମେତ କାର୍ଯ୍ୟ କାରିଣୀ ସଦସ୍ୟ ଚମରା ମହାକୁର ,ଚମ୍ପେଶ୍ବର ଦାଶ , କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର, ସନ୍ତୋଷ ଷଡ଼ଙ୍ଗୀ, ଜ୍ଞାନେନ୍ଦ୍ର ତ୍ରିପାଠୀ , ସୁରୁ ସାହୁ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବୈଠକରେ ଉମେଶ ପ୍ରସାଦ ରଥ , ଧନୁ ପ୍ରଧାନ, ପ୍ରକାଶ କୁମାର ହୋତା, ପ୍ରଶାନ୍ତ ସେଠୀ , ସତ୍ୟ ନାରାୟଣ ନାୟକ, ଜୟଦେବ ସାହୁ, ତ୍ରିନାଥ ମିଶ୍ର , ନାରାୟଣ ପ୍ରସାଦ ନାୟକ , ଧର୍ମ ଦତ୍ତ ପାଢ଼ୀ , ଭୂଷଣ ପାତ୍ର , ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

