Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରିକେଟ ବେଟିଂ ଅଭିଯୋଗରେ ରାଉରକେଲାରୁ ୬ଜଣ ଗିରଫ; ଜବତ ହୋଇଛି ୩୦ଲକ୍ଷ ଟଙ୍କା

ରାଉରକେଲା,୧୯|୨: ଟି୨୦ ବିଶ୍ୱକପ ମ୍ୟାଚ ଚାଲିଥିବା ବେଳେ ରାଉରକେଲାରୁ ବଡ ଅଭିଯୋଗ ସାମ୍ନାକୁ ଆସିଛି | ବେଟିଂ ଅଭିଯୋଗରେ ରାଉରକେଲାରୁ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫରେ ସେମାନଙ୍କ ଠାର ବିଡା ବିଡା ନୋଟ୍‌ ପୋଲିସ ଦ୍ୱାରା ଜବତ କରାଯାଇଛି । ଏଥିରେ ସମୁଦାୟ ୩୦ଲକ୍ଷ ଟଙ୍କା ଜବତ ହୋଇଛି ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କ୍ରିକେଟ ବେଟିଂ ଅଭିଯୋଗରେ ୫ଟି ସ୍ଥାନରେ ଏକାସାଙ୍ଗେ ଚଢାଉ କରିଥିଲା ପୁଲିସ । ପୁଲିସର ଏହି ସ୍ୱତନ୍ତ୍ର ଟିମ୍‌ ରାଉରକେଲା ପ୍ଲାଣ୍ଟସାଇଟ୍‌, ଉଦିତ ନଗର, ରଘୁନାଥ ପାଲି, ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ଏକାସାଙ୍ଗେ ଚଢାଉ କରିଥିଲା । ଆଉ ଏହି ଚଢ଼ାଉରୁ ପୋଲିସ ପକ୍ଷରୁ ମୋଟ ୩୦ଲକ୍ଷ ଟଙ୍କା ଜବତ ହୋଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ