Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଦୋଳ ପୂର୍ଣ୍ଣିମା ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଗୁରୁବାର ଅପରାହ୍ନ ୩ ଟାରେ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଦୋଳ ପୁର୍ଣିମା ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାର୍ଚ୍ଚ ୩ ତାରିଖରେ ଥିବା ଦୋଳ ପୁର୍ଣିମା ପାଇଁ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଦୋଳ ପୁର୍ଣିମା ସୁଚାରୁ ରୂପେ ଆୟୋଜନ ପାଇଁ କଣ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନିଆଯାଇପାରିବ ଏବଂ ଦେବ ବରଣ, ହରିହର ଭେଟ ର ସମୟ ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଛି I ଉକ୍ତ ବୈଠକରେ ବୀରମହାରାଜପୁର.ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ , ଆସିଷ୍ଟାଣ୍ଟ ଜିଲ୍ଲାପାଳ ଶୁଭମ ଶତପଥି, ଅଜିତ ମିର୍ଧା , ବୀରମହାରାଜପୁର ଥାନା ଅଧିକାରୀ ସରଙ୍ଗଧର ପାଣିଗ୍ରାହୀ, ଚମ୍ପେଶ୍ୱର ଦୋଳ ପୁର୍ଣିମା ଯାତ୍ରାର ସଭାପତି କିଶୋର ହୋତl , ରାମକୃଷ୍ଣ ହୋତl , ଭୂଷଣ କୁମାର ପାତ୍ରଙ୍କ ସମେତ ବିଭିନ୍ନ ମନ୍ଦିର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ l
ଆସନ୍ତା ଦୋଳ ପୁର୍ଣିମା ଯାତ୍ରାକୁ ସୁରକ୍ଷିତ ଏବଂ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ମେଳଣ ପଡିଆକୁ ଆହୁରି ସମ୍ପ୍ରସାରଣ କରାଯିବା ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏହା ଦ୍ୱାରା କିଛି ମାତ୍ରାରେ ଅଧିକ ଦର୍ଶକ ଯାତ୍ରାର ଭରପୁର ମଜା ନେଇପାରିବେ। ଚମ୍ପେଶ୍ୱର ପୂଜା କମିଟିର ସଦସ୍ୟମାନେ ତାଙ୍କର ମଣ୍ଡପର ମରାମତି ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହାର ମରାମତି ଶୀଘ୍ର ଆରମ୍ଭ ହେବ l
ହରିହର ଭେଟ ସକାଳ ୫.୩୦ ରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦର୍ଶକଙ୍କ ସଂଖ୍ୟାକୁ ଆଖିଆଗରେ ରଖି, ଯେପରି ସବୁ ଅଘଟଣକୁ ଏଡାଇ ଦିଆଯାଇପାରିବ, ସେଥିପାଇଁ କର୍ଡନ ରହିବ ଏବଂ ଏହି କର୍ଡନ ଭିତରେ ୬ଟି ପୂଜା କମିଟିର ୩୦ ଜଣ ଲେଖାଏଁ ସଦସ୍ୟ ଏବଂ ପୂଜକ ଓ ଚମ୍ପେଶ୍ୱର ପୂଜା କମିଟିର ୭୦ ଜଣଙ୍କୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମେଳଣ ପଡିଆ ଭିତରେ ବାଣ ଫଟାଇବାକୁ ଉପଜିଲ୍ଲାପାଳ କଡାକଡି ଭାବରେ ମନା କରିଥିଲେ।
ଏହାଛଡା ଯାତ୍ରାରେ ପାନୀୟ ଜଳର ବ୍ୟବସ୍ଥା, ମେଳଣ ପଡିଆକୁ ଯାଇଥିବା ରାସ୍ତାର ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା ଏବଂ ମେଳଣ ପଡିଆକୁ କିପରି ସଫାସୁତରା ରଖାଯାଇପାରିବ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ କହିଛନ୍ତି |
ଶେଷରେ ଉପଜିଲ୍ଲାପାଳ ଏବଂ ଉପସ୍ଥିତ ଅଧିକାରୀମାନେ ମେଳଣ ପଡିଆ ପରିଦର୍ଶନ କରିଛନ୍ତି ଏବଂ କମିଟି ସଦସ୍ୟଙ୍କ ସହଯୋଗରେ ଆଗାମୀ ଦିନରେ ଉଠା ଦୋକାନୀମାନଙ୍କୁ ତାଗିଦ କରାଯିବା ଏବଂ ମଇଳା ପକେଇଲେ ଫାଇନ ହେବ ବୋଲି ଶ୍ରୀ ମେହେର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ