ବୀରମହାରାଜପୁର ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର ରେ କାର୍ଯ୍ୟରତ କର୍ମଚାରୀ ସାମନ୍ତ କୁମ୍ଭାର ଙ୍କ ପରଲୋକ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ କର୍ମଚାରୀ ସାମନ୍ତ କୁମ୍ଭାର ଙ୍କ ଦେହାନ୍ତ ଶନିବାର ଅପରାହ୍ଣରେ ଘଟିଥିବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି । ସ୍ବର୍ଗତ କୁମ୍ଭାର ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ କିଡିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ଗତ ତିନିଦିନ ପୂର୍ବରୁ ତାଙ୍କ ସ୍ଵାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ୨୦.୦୨.୨୦୨୬ ତାରିଖ ଦିନ ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହେବା ସହିତ ଡାୟଲିଶିସ ଓ ଉନ୍ନତ ଚିକିତ୍ସାର ଆବଶ୍ୟକ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭିମାସାର, ବୁର୍ଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରଣ କରାଯାଇଥିଲା । ସମସ୍ତ ପ୍ରକାର ଚିକିତ୍ସା ସତ୍ତ୍ୱେ ତାଙ୍କର ଦେହାନ୍ତ ହେଲା । ଶନିବାର ସନ୍ଧ୍ୟା ୫.୦୦ ଘଟିକା ସମୟରେ ବୁର୍ଲା ବଡ଼ ମେଡ଼ିକାଲରୁ ତାଙ୍କର ମର ଶରୀର ତାଙ୍କ ନିଜ ଜନ୍ମ ଗାଁ ଗଏଁତଲା ଗ୍ରାମକୁ ଅଣାଯାଉଥିବାର ସୂଚନା ମିଳିଛି । ସେ ଜଣେ ଭଦ୍ର, କର୍ମଠ, ମେଳାପି ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୋନପୁର ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସ୍ବର୍ଗତ କୁମ୍ଭାରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗତ କୁମ୍ଭାର ଙ୍କ ଅନ୍ତେଷ୍ଟିକ୍ରୀୟା ପାଇଁ ସୁବର୍ଣ୍ଣପୁର, ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ଟ.୧୦,୦୦୦.୦୦ (ଦଶ ହଜାର ଟଙ୍କା ) ତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ପ୍ରଦାନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସ୍ଵନ୍ତନା ଓ ସମବେଦନା ଜଣାଇ ଥିଲେ I

