Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବବଧୂକୁ ନେଇ ଚମ୍ପଟ ମାରିଲା ପ୍ରେମିକ! ବର ସାଜିଲା ଶିଶୁପାଳ

ବଲାଙ୍ଗୀର,୨୨।୨: ବାହାଘର ସାରି କନ୍ୟାକୁ ସାଙ୍ଗରେ ଧରି ଘରକୁ ଫେରୁଥିଲା ବର । କିନ୍ତୁ ଫେରିବା ବାଟରେ ଅଧା ରାସ୍ତାରେ ନବ ବଧୂଙ୍କୁ ବନ୍ଧୁକ ଦେଖେଇ ଉଠେଇ ନେଲା ପୂର୍ବତନ ପ୍ରେମିକ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠି ଜଣେ ନବ ବିବାହିତ ମହିଳାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ବନ୍ଧୁକ ଦେଖାଇ ଅପହରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବର ଜଣକ ବିବାହ ପାଇଁ ବଲାଙ୍ଗୀର ଜିଲ୍ଲାର କାମାକ୍ଷୀ ନଗରରୁ କଣ୍ଟାମାଳ ଅଭିମୁଖେ ବରଯାତ୍ରୀ ନେଇ ଯାଇଥିଲେ। ବିବାହ ଉତ୍ସବ ସରିବା ପରେ,ବର କନ୍ୟାକୁ ଧରି ତାଙ୍କ ଘରକୁ ଫେରୁଥିଲେ।

କିନ୍ତୁ ବର ଗାଡିଟି ଫେରିବା ସମୟରେ କନ୍ୟାର ପୂର୍ବତନ ପ୍ରେମିକ ତାର କିଛି ସହଯୋଗୀଙ୍କ ସହ ଆସି ମଝି ରାସ୍ତାରୁ ବନ୍ଧୁକ ଦେଖାଇ କନ୍ୟାକୁ ଉଠାଇ ନେଇଥିଲେ। ଏହି ଘଟଣାରେ ବର ଏବଂ ତାଙ୍କ ସାଙ୍ଗ ମାନେ ଅସହାୟ ହୋଇ ଘରକୁ ନଯାଇ ସିଧା ଥାନାର ଦ୍ବାରସ୍ଥ ହୋଇଥିଲେ। ବର ତରଭା ପୁଲିସ୍‌ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ