Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ କମିଟୀଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁଶ୍ରୀ କୁମଦିନୀ ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଳଭ ଷଡ଼ଙ୍ଗୀ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଆଞ୍ଜୁଲତା ମିଶ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣୀ ଭୋଇ, ରେଆର ର ମୁଖ୍ୟ ଗୌରୀଶ୍ୟାମ ପଣ୍ଡା, ଆଇନଜିବୀ ଶ୍ରୀକାନ୍ତ ଦାଶ ଏବଂ ସଞ୍ଜିବ କୁମାର ପଧାନ ପ୍ରମୁଖ ଯୋଗଦେଇଥିଲେ। ଗତ ୨୨ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭିନ୍ନକ୍ଷମ ମାନଙ୍କ ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି ସର୍ଭେ ରେ ପାରା ଲିଗାଲ ସ୍ବେଛାସେବୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀମାନେ ଘରକୁ ଘର ବୁଲି ଏହି ସର୍ଭେ କରୁଛନ୍ତି l ତେବେ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ଏହା ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଇବାକୁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁର ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଏବଂ ଭିନ୍ନକ୍ଷମ ମାନେ ଯୋଗଦେଇଥିଲେ l ଏହି ଅବସରରେ କିଛି ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଏବଂ ଆଶାବାଡି ଆଦି ପ୍ରଦାନ କରାଯାଇଥିଲା l