ଲେପ୍ରା ସୋସାଇଟି ର 37 ତମ ପ୍ରତିଷ୍ଠା ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଲେପ୍ରା ସୋସାଇଟିର ସମ୍ମିଳନୀ କକ୍ଷ ଠାରେ ସୋମବାର ଏହାର ୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଲେପ୍ରା ସୋସାଇଟିର ଓଡ଼ିଶା ରାଜ୍ୟ ଆମ୍ବାସଡର ଗୋରେଖନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଲେପ୍ରୋସି ଅଫିସର ଡ଼ା. ତ୍ରିବିକ୍ରମ ପାଣ୍ଡିଆ ଏଥିରେ ମୁଖ୍ୟ ଅତିଥି, ହରିତା ସାହୁ ସମ୍ମାନିତ ବକ୍ତା, ଜିଲ୍ଳା କୁଷ୍ଠ ରୋଗ ସଂଯୋଜକ ଗୌରୀଶଙ୍କର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୁଷ୍ଠ ମୁକ୍ତ ସାଧୁ ଅରୁଣ ସୁନା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ଦୀର୍ଘ ବର୍ଷର ଅଙ୍ଗେ ନିଭା ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ସଭାରେ ବକ୍ତାମାନେ ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ କହିବା ସହ କୁଷ୍ଠ ରୋଗର ପ୍ରତିଷେଧକ ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଫିଜିଓ ଥେରାପିଷ୍ଟ ବାଲଗୋପାଳ ନାଗ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ବାର୍ଷାରାଣୀ ସାହୁ, ଗୋବିନ୍ଦ ଦୀପ ପ୍ରମୁଖ ସହଯୋଗ କରିଥିଲେ । କାହ୍ନୁଚରଣ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

