Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେରଳ ହେବ ‘କେରଳମ୍’; କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ,୨୪|୨: କେରଳ ହେବ ‘କେରଳମ୍’ | ଆଜି କେନ୍ଦ୍ର କ୍ୟାବିନେଟରେ କେରଳର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବା ପରେ, ରାଷ୍ଟ୍ରପତି ସମ୍ବିଧାନର ଧାରା ୩ର ସର୍ତ୍ତାବଳୀ ଅନୁସାରେ, ନିଜର ମତାମତ ପ୍ରକାଶ କରିବା ପାଇଁ “କେରଳ ନାମ ପରିବର୍ତ୍ତନ ବିଲ୍-୨୦୨୬” ନାମକ ଏକ ବିଲ୍ କେରଳ ରାଜ୍ୟ ବିଧାନସଭାକୁ ପଠାଯିବ। ରାଜ୍ୟ ବିଧାନସଭାର ମତାମତ ମିଳିବା ପରେ ପରେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ସଂସଦରେ ‘କେରଳ’ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ’ କରିବା ପାଇଁ “କେରଳ ନାମ ପରିବର୍ତ୍ତନ ବିଲ୍-୨୦୨୬” ଉପସ୍ଥାପନ କରିବା ପାଇଁ ରାଷ୍ଟ୍ରପତିଙ୍କ ସୁପାରିଶ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ୨୦୨୩ ଏବଂ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ “କେରଳ” ନାମକୁ “କେରଳମ” କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ପ୍ରଥମ ସଂକଳ୍ପର ସମୀକ୍ଷା କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେବା ପରେ ବିଧାନସଭା ଦ୍ୱାରା ଏହି ସଂକଳ୍ପ ଦୁଇଥର ଗୃହୀତ ହୋଇଥିଲା। ଆଗତ ସଂକଳ୍ପଗୁଡ଼ିକ ଭାରତୀୟ ସମ୍ବିଧାନର ଧାରା ୩ ଅନୁଯାୟୀ ରାଜ୍ୟର ନାମ କେରଳରୁ ‘କେରଳମ’ କରିବା ପାଇଁ ଚେଷ୍ଟା କରାଯାଇଥିଲା।

ସେହିପରି ୨୦୧୬ରେ ଯେତେବେଳେ ଗୁଡ଼ଗାଓଁର ନାମ ପରିବର୍ତ୍ତନ କରି ଗୁରୁଗ୍ରାମ କରାଯାଇଥିଲା ସେତେବେଳେ ଆରଏସଏସ ପରାମର୍ଶ ଦେଇଥିଲା ଯେ, କେନ୍ଦ୍ର ସରକାର କେରଳକୁ ‘କେରଳମ’, ଅହମଦାବାଦକୁ ‘ଅମରାବତୀ’ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ଏବଂ ଔରଙ୍ଗାବାଦକୁ ‘ସମ୍ଭାଜୀନଗର’ ନାମ ଦେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ