ବ୍ଲକ କୃଷି କାର୍ଯ୍ୟାଳୟ ରେ ଓଡିଶା ମିଳେଟ ମିଶନର ସମୀକ୍ଷା ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୃଷି କାର୍ଯ୍ୟାଳୟ ରେ ଚାଷୀ ବନ୍ଧୁ ଉତ୍ପାଦକ ସଙ୍ଗଠନ ଓ ଗ୍ଲୋବାଲ ଗ୍ରିନ ର ମିଳିତ ସହଯୋଗ ରେ ପରିଚାଳିତ ଓଡିଶା ମିଲେଟ୍ ମିଶନ ର ଏକ ସମିକ୍ଷା ବୈଠକ ଅନୁଷ୍ଠିତହୋଇଯାଇଛି l ଏଥିରେ
ବ୍ଲକ କୃଷି ଅଧିକାରୀ ମକରଧ୍ବଜ ପଟେଲ ଯୋଗଦେଇ ମିଲେଟ୍ ମିସନ କୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । ଚାଷୀ ବନ୍ଧୁ ଉତ୍ପାଦକ ସଙ୍ଗଠନ ର ସିଇଓ ସୁଧାଂଶୁ ଶେଖର ନାଗ ଯୋଗଦେଇ ମାଣ୍ଡିଆ, ବାଜରା ଓ ସରଗମ ଚାଷର ପ୍ରଣାଳୀ, ଉପକାରିତା ଓ ଓଡିଶା ମିଲେଟ୍ ମିଶନ ର ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ । ଏଥିରେ ଭିଏଡବ୍ଲ୍ୟୁ ସତ୍ୟବାନ ଆଡବାଙ୍କ, କମଲ ସାହୁ, ମନୋଜ ଅମାତଙ୍କ ସହ ଦୁର୍ଜନତୈଲା ସିଆରପି ପ୍ରେମାନନ୍ଦ ନାଏକ, ବହଲପଦର ର ଭୈରବ ସାହୁ,ଲୁତୁରପଙ୍କ ର ମାନସ ନନ୍ଦ, ଖଣ୍ଡହତା ର ଖଗେଶ୍ବର ପଧାନ, ମୁର୍ଷୁଣ୍ଢି ର ରୂପାଞ୍ଜଲି କୁମ୍ଭାର , ପିତାମହୁଲ ର ପ୍ରଦିପ ତାଣ୍ଡିଆ ଓ କେନଝିରିଆପାଲି ର ପ୍ରଦିପ ପଧାନ ଓ ଗ୍ଲୋବାଲ ଗ୍ରିନ ର ଆସିଷ୍ଟାଣ୍ଡ ବ୍ଲକ କୋର୍ଡିନେଟର ବିଶ୍ବେଶ କୁମାର ଶତପଥୀ ଯୋଗଦେଇ ମିଲେଟ୍ ମିଶନ କୁ କିପରି ବୀରମହାରାଜପୁର ବ୍ଲକରେ ସଫଳ କରିବେ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଭୈରବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।