Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶପୁର ରେ ସ୍ବଧର୍ମ ଚେତନା ପ୍ରବଚନ ଉଦଘାଟିତ (ଭବ୍ୟ କଳସ ଯାତ୍ରା ସହ ଶ୍ରୀ ରାମ କଥା ଆରମ୍ଭ )

ଅମ୍ବାଭୋନା ୨୫।୦୨। (ରିପୋର୍ଟ- ଚନ୍ଦ୍ରମଣୀବେହେରା )ଅମ୍ବାଭୋନାବ୍ଳକ ଅନ୍ତର୍ଗତ ପ୍ରକାଶପୁର ମାଉସୀ ମନ୍ଦିର ସ୍ଥିତ ଗୁଣ୍ତିଚା ଖେଳ ପଡିଆ ଠାରେ ଚିଚୋଲି- ଭୁକ୍ତା ଯୋଗ ସାଧନା କେନ୍ଦ୍ର ଆନୁକୂଲ୍ଯ ରେ ପଦ୍ମପୁର ଦେବଦରହା ସ୍ବଧର୍ମ ଚେତନା ଆଶ୍ରମ ର ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ରେ ଚିଚୋଲି-ଭୁକ୍ତା ମହିମାଶ୍ରମ ପୋଖରୀ ରୁ ପୂର୍ଣ୍ଣ କଳସ ଧରି ଭବ୍ଯ ଶୋଭାଯାତ୍ରା ବାହାରି ପ୍ରବଚନ ସ୍ଥଳ କୁ ପହଞ୍ଚିଥିଲେ। ସ୍ବଧର୍ମ ଚେତନା ର ପ୍ରସିଦ୍ଧ ପ୍ରବଚକ ଅନନ୍ତ ଚରଣ ଦାସ ଙ୍କ ମୁଖାରବିନ୍ଦ ରେ ଭକ୍ତି ମୟ ଆଧ୍ଯାତ୍ମିକ ଶ୍ରୀ ରାମ କଥା
ଉପରେ ଆଲୋଚନା କରି ବୁଝାଇଥିଲେ।ଏହି ଅବସର ରେ ଯୋଗସାଧନା କେନ୍ଦ୍ର ପରିବାର କାମ ଦେବ ସାହୁ ସପତ୍ନୀ ସୁପ୍ରୀତି ସାହୁ, ଯୋଶେଫ ଚୌଧୁରୀ ସପତ୍ନୀ ମନିଷା, ଖେଟବ୍ରତ ସାହୁ ସପତ୍ନୀ ଶୋଭା ସାହୁ, ରଶ୍ମିରଞ୍ଜନ ପଧାନ ସପତ୍ନୀ ଜ୍ଯୋତି ପଧାନ, ଛବିଲ କୁମାର ସା ସପତ୍ନୀ କସ୍ତୁରୀ ସା, କୁମାର ସା ପତ୍ନୀ ପ୍ରମୁଖ କତ୍ତା ଭାବେ ଦାୟିତ୍ବ ତୁଲାଇ ପୂଜାପାଠ କରିଥିଲେ। ମଞ୍ଚ ପରିଚାଳନା ଛତିଶଗଡ ସରିଆ ନିବାସୀ ଉମାଚରଣ ସାହୁ। ଚିଚୋଲି- ଭୁକ୍ତା ମହିମାଶ୍ରମ ର ଯୋଗସାଧନା କେନ୍ଦ୍ର ସଭାପତି ଫକୀର ମୋହନପ୍ରଧାନ ଙ୍କ ନେତୃତ୍ବ ରେ ଯୋଗ ଗୁରୁ ପ୍ରମୋଦ କୁମାର ସାହୁ, ହେମନ୍ତ କୁମାର ସାହା, ଅଂଜଲି ସା, ଡଃ ରାଜୁ ସା, ଚିତ୍ତରଞ୍ଜନ ପଧାନ, ନିପେନ ସାହୁ, ଦୁର୍ଯ୍ୟୋଧନ କାଲୋ, ସିତାରାମ ଚୈଧୁରୀ,ଚନ୍ଦ୍ରମଣୀ ବେହେରା,ଅରୁଣ ସାହୁ, କାର୍ତ୍ତିକ ସାହୁ, ହରିଶ ସାହୁ, କାର୍ତ୍ତିକ ସାହୁ, ବସନ୍ତ ଙ୍କସା, କ୍ଷିରୋଦ୍ର ଦାସ ସମେତ ଶତାଧିକ ସଦସ୍ଯ ସଦସ୍ଯା ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ