Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ପଞ୍ଚାୟତ ସ୍ତରୀୟ ସଂଘ ର ଉଦ୍ଦେଶ୍ଯ ଆଭିମୁଖ୍ଯ କର୍ମଶାଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ଉଦ୍ଦେଶ୍ୟ ଆଭିମୁଖ୍ୟ କର୍ମଶାଳା ଅନୁଷ୍ଠିତ ହୋଇଛି l ଏହି କର୍ମଶାଳା ରେ ସଂଘର ସଭାନେତ୍ରୀ ମୀରା ବାରିକ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି. ଏଲ. ସି. ରମାକାନ୍ତ ହରିପାଳ ଯୋଗ ଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ l ଏହି କର୍ମଶାଳା ରେ ମାଷ୍ଟର ଟ୍ରେନର ମାନସ କୁମାର ଧଳ , ଜୟନ୍ତ କୁମାର ସାହୁ ଟ୍ରେନର ମେନକା ଦାଶ , ମାଳତୀ ସରଭଙ୍ଗ ଓଡିଶା ଲାଇଭ ହୁଡ ମିଶନ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଏହି କର୍ମଶାଳା ରେ ଏମ. ବି. କେ. ବବିତା ରାଣୀ ମହାପାତ୍ର. ସଂଘର ସମ୍ପାଦିକା ମାଧୁରୀ ମେହେର , ସମସ୍ତ ସି. ଆର. ପି. ସି ଏମ. ଓ ଇସି ସଭ୍ୟା ଉପସ୍ଥିତ ଥିଲେ l କର୍ମ ଶାଳାଟି ପ୍ରଥମେ ୫ ଦିନ ଓ ପରେ ୯ ଦିନ ପ୍ରାୟ ଚଉଦ ଦିନ ଧରି ସୁବଳୟା ଗ୍ରାମପଞ୍ଚାୟତ ର ସଭାଗୃହ ରେ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ