ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବୀରମହାରାଜପୁର :
ସ୍ଥାନୀୟ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜଟେସିଂଗା ଉଚ୍ଚ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ଗୁରୁଦତ୍ତ ମିଶ୍ର ଅତିଥି ଭାବରେ ଯୋଗଦାନ କରି ସାର୍ ସି ଭି ରମଣଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ସହିତ ବୈଜ୍ଞାନିକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଓ ବିଜ୍ଞାନ ଜୟଯାତ୍ରାର କାହାଣୀ ଉତ୍ଥାପନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ସହିତ ବିଭିନ୍ନ ପରୀକ୍ଷା ସବୁ କରି ଦେଖାଇଥିଲେ। ପ୍ରଥମ ସମାପ୍ତି ସୂଚକ ଆକଳନରେ ପ୍ରତ୍ୟେକେ ଶ୍ରେଣୀରେ ବିଜ୍ଞାନ ବିଷୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ପ୍ରଭୁଦତ୍ତ ବେଦୋକ୍ତା ସଭା ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର କୁମାର ଓତା ଧନ୍ୟବାଦ ଅର୍ପଣ କରିଥିଲେ।

