ଉଫୁଳା ଗ୍ରାମ ପଞ୍ଚାୟତ ସଭା ଗୃହରେ ପି ଡି ଏସ ସମାଗ୍ରୀ ବଣ୍ଟନ ଉପରେ ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଳା ଗ୍ରାମ ପଞ୍ଚାୟତ ବୈଠକ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ ପଞ୍ଚାୟତ ସଭାଗୃହ ରେ ଆଜି ଅନୁଷ୍ଠିତ ହୋଇଯାଇଛି। ସମ୍ବିଧାନ ର ୭୩ ତମ ସଂଶୋଧନ ଅନୁସାରେ ତ୍ରୀସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚିତ ପ୍ରତିନିଧି ଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ୫ ବର୍ଷ ଥିବା ସରପଞ୍ଚ୍ ଶ୍ରୀୟା କର୍ମୀ ଉପସ୍ଥିତ ୱାର୍ଡ ମେମ୍ବର ଙ୍କୁ ଅବଗତ କରି ଉଫୁଲା ଗ୍ରାମ ପଞ୍ଚାୟତ ନିର୍ବାଚିତ ସମସ୍ତ ପ୍ରତିନିଧି ଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ୫ ବର୍ଷ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାର ଙ୍କୁ ଆନୁଷ୍ଠାନିକ ଭାବେ ଜଣାଇବାକୁ ପ୍ରସ୍ତାବ ଆଗତ କରିଥିଲେ। ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ବୀରମହାରାଜ ପୁର ନିର୍ବାଚନ କୁ ଦ୍ଵାହି ଦେଇ ଉଫୁଳା ଗ୍ରାମ ପଞ୍ଚାୟତ ଭୋଟର ଓ ନିର୍ବାଚିତ ତ୍ରିସ୍ତରୀୟ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ ନ କରି ପୁର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ର ସୁରକ୍ଷା ପାଇଁ ଆଶୁ ପ୍ରଶାସନିକ ପଦକ୍ଷେପ ନେବାକୁ ସରପଞ୍ଚ ଙ୍କୁ ସଭା ଦାୟିତ୍ବ ପ୍ରଦାନ କଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପିଡିଏସ ଲାଇସେନ୍ସ ଅଧିକାରୀ କlର୍ତିକେଶ୍ୱର ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରାମ ପଞ୍ଚାୟତ ଖାଉଟି ସାମଗ୍ରୀ ଗ୍ରହଣ , ବଣ୍ଟନ, ଆୟବ୍ୟୟ ଉପସ୍ଥାପନ, ଖାଲି ବସ୍ତା ବିକ୍ରି, ବଣ୍ଟନ ସମୟ ନିର୍ଘଣ୍ଟ ବଣ୍ଟନ ପୂର୍ବରୁ ନୋଟିସ ମାଧ୍ୟମରେ ସାର୍ବଜନୀନ କରାଯିବାକୁ ସମସ୍ତ ସଭ୍ୟ ସଭ୍ୟା ମତାମତ ରଖିଥିଲେ । ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଜଳଛତ୍ର ଓ ନଳକୂଅ ଜରୁରୀ ମରାମତି ଓ ୱାର୍ଡ ମେମ୍ବର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା। ଆଗାମୀ ଦୋଳଯାତ୍ରା କୁ ଦୃଷ୍ଟି ରେ ରଖି ୱାର୍ଡ ମେମ୍ବର ଙ୍କ ସିଟିଂ ଫି ପ୍ରଦାନ , ଦୋଳଯାତ୍ରା ବ୍ୟାରିକେଡ଼ ନିର୍ମାଣ, ଯାତ୍ରା ରେ ଜଳଛତ୍ର ଖୋଲିବା, ଅଲୋକି କରଣ କରିବା , ପଞ୍ଚାୟତ ଉନ୍ନୟନ, ଆୟବ୍ୟୟ , ପୁର୍ବ ବିବରଣୀ ପାଠ ହୋଇଥିଲା ଖାଉଟି ଓ ସର୍ବସାଧାରଣ ଲାଇବ୍ରେରି , ପାଠାଗାର , ମାଗଣା ଡାଟା ସେବା ଯୋଗାଣ ପ୍ରକଳ୍ପ ପାଇଁ ଆଲୋଚନା ହୋଇଥିଲା l ହରିଶ୍ଚନ୍ଦ୍ର ଯୋଜନା , ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଦିବ୍ୟ।ଙ୍ଗ ଭତ୍ତା ବୃଦ୍ଧି, ନୂତନ ହିତାଧୀକାରୀ ଚୟନ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କlର୍ତିକେଶ୍ୱର ଶତପଥୀ, ୱାର୍ଡ ମେମ୍ବର ରୁକ୍ ସୁନା ବେଗମ୍ , ଶିବାନୀ ସାହୁ , ବୁଲି ପଳାଇ , କଳ୍ପନା ଓତା, ମଙ୍ଗୁଲୁ ଜଗଦଲ। , ଧରିତ୍ରୀ ବାଘ୍ , ଗୋପୀନାଥ ନାଏକ, ସୁଶାନ୍ତ ଜଗଦଲ।, ସୁଦାମ ଜଗଦଳା, ଘାସିରାମ ବାଦୀ ପ୍ରମୁଖ ଆଲୋଚନ। ରେ ଅଂଶ ଗ୍ରହଣ କରିଥିଲେ। ଏସ ଇ ଏମ କିଶୋର ଭୋଇ , କର୍ମଚାରୀ ମଧୁ ସୁଦନ ଚାନ୍ଦ ଓ ନିତ୍ୟାନନ୍ଦ ବିଶ୍ଵାଳ ସହଯୋଗ କରିଥିଲେ।

