Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜର ପ୍ରଧ୍ୟାପିକା ଗୀତାଞ୍ଜଳି ପୁଝାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ବୀରମହାରାଜପୁର : ଦୀର୍ଘ ୩୮ବର୍ଷ ଧରି ଅଧ୍ୟାପନା କରିବାପରେ ଶନିବାର ଚାକିରିରୁ ଅବସର ନେଇଛନ୍ତି ବୀରମହାରାଜପୁର ମହାବିଦ୍ୟାଳୟ ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ I ଏହି ଅବସରରେ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଏବଂ ଏହି ସଂକ୍ରାନ୍ତିୟ କାଗଜପତ୍ର ଦେଇ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ I ଏହି ସମୟରେ କଲେଜର ଅଧ୍ୟାପିକା, ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ I
ଏଠାରେ ଉଲ୍ଲେଖଯୋଗ୍ୟଯେ ଶ୍ରୀମତୀ ପୂଜାରୀ ୧୯୯୭ ମସିହାରେ କର୍ମଚାରୀ ମନୋନୟନ ପରିଷଦ ଦ୍ୱାରା ମନୋନୀତ ହୋଇ ସୋନପୁର ମହାବିଦ୍ୟାଳୟରେ ଯୋଗଦେଇଥିଲେ I ୨୦୧୭ ମସିହାରେ ସେଠାରୁ ବଦଳିହୋଇ ସେ ବୀରମହାରାଜପୁର ମହାବିଦ୍ୟାଳୟରେ ଯୋଗଦେଇଥିଲେ I ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ଏଠାରେ କାର୍ଯ୍ୟ କରି ଆସୁଥିଲେ I ଏହା ପୂର୍ବରୁ ସେ ପ୍ରାୟ ନଅ ବର୍ଷଧରି ବଲାଙ୍ଗୀର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଖରିଆର ମହାବିଦ୍ୟାଳୟ ଠାରେ ଅସ୍ଥାୟୀ ଭାବରେ ଅଧ୍ୟାପନା କରିଥିଲେ I ତାଙ୍କର ନିରାଡ଼ମ୍ବର ଜୀବନ ଶୈଳୀ , କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ଛାତ୍ରଛାତ୍ରୀ ମାନଙ୍କପ୍ରତି ସ୍ନେହାଶିଳ ମନୋଭାବ ଏବଂ ସର୍ବୋପରି ଶିକ୍ଷାଦାନ ଶୈଳୀ ପାଇଁ ଅଧ୍ୟାପିକା, ଅଧ୍ୟାପକ, ଅଣଶିକ୍ଷା କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମହଲରେ ବେଶ ଲୋକପ୍ରିୟ ଥିଲେ I ଅନୁଷ୍ଠାନର ପ୍ରଶାସନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ