Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମଦେବୀ ମାଁ ଗାଙ୍ଗମା ଙ୍କ ରତ୍ନ ମୁଦ ପ୍ରତିଷ୍ଠା ପୂଜା ରେ ସାମିଲ୍ ହେଲେ ସତାଧିକ ଶ୍ରଦ୍ଧାଳୁ

ପଟ୍ଟାଙ୍ଗି୦୨/୦୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ଗ୍ରାମଦେବୀ ମାଁ ଗାଙ୍ଗମା ଙ୍କ ରତ୍ନ ମୁଦ ପ୍ରତିଷ୍ଠା ପୂଜାର୍ଚ୍ଚନା ରେ ସତାଧିକ ଶ୍ରଦ୍ଧାଳୁ ସାମିଲ୍ ହୋଇ ମାଁ ଙ୍କୁ ଦର୍ଶନ କରିଥିଲେ । ସୂଚନା ମୁତାବକ ମାଁ ଙ୍କ ସ୍ଥାଇ ମନ୍ଦିର ଦୀର୍ଘ ବର୍ଷ ପୁରୁଣା ହୋଇଥିବା ବେଳେ ବର୍ତ୍ତମାନ ଉକ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ଦିର ପରିଚାଳନା କମିଟି ର ପ୍ରସ୍ତୁତି ବୈଠକ ରେ ନିଆ ଯାଇଥିବା ନିସ୍ପତି କ୍ରମେ ରତ୍ନ ମୁଦ ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ସାହାଡ଼ା ଗଛ ନିକଟରେ ପୂଜାର୍ଚ୍ଚନା ହୋଇଥିଲା । ଯାହାକି ଉକ୍ତ ପୂଜାର୍ଚ୍ଚନା ବ୍ଲକ୍ ଠାରୁ ୨୨କିମି ଦୂରରେ ରହିଥିବା ସୁଙ୍କି ପଞ୍ଚାୟତ ର ଜଙ୍ଗଲରେ ସାହାଡ଼ା ଗଛ ଚିହ୍ନଟ କରି ଗ୍ରାମର ଭଦ୍ରବ୍ୟକ୍ତି ଯଥା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କର୍ତ୍ତା ଭାବେ ବସି ପୂଜାର୍ଚ୍ଚନା କାର୍ଯ୍ୟ ରେ ସାମିଲ୍ ହୋଇ କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ । ଏହାପରେ ଉକ୍ତ ଜଙ୍ଗଲରୁ ଏକ ପଟୁଆର ବାହାର କରି ପଟ୍ଟାଙ୍ଗି ବସଷ୍ଟାଣ୍ଡ ରେ ପହଞ୍ଚି ଥିଲେ । ଉକ୍ତ ବସଷ୍ଟାଣ୍ଡ ରୁ ମାଁ ଙ୍କ ସ୍ଥାଇ ମନ୍ଦିର ପର୍ଯ୍ୟନ୍ତ ପଟୁଆରରେ ଯାଇ ପହଞ୍ଚିବା ପରେ ପୁଣି ସେଠାରେ ଗ୍ରାମର ମୁଖ୍ୟ ପୁଜକ ଦିଲ୍ଲୀପ କୁମାର ହୋତା ଙ୍କ ସହ ଅନ୍ୟ ପୁଜକ ସହଯୋଗ ରେ ହୋମ ଯଗ୍ୟ ଓ ପ୍ରତିଷ୍ଠା ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ଶ୍ରଦ୍ଧାଳୁ ଙ୍କ ଠାରୁ ସହହସ୍ତେ ଆସିଥିବା ଧାନ , ସୁନା , ରୂପା , ଟଙ୍କା ମାଁ ଙ୍କ ମନ୍ଦିର ଉପରକୁ ଉଠାଇ ସ୍ଥାପନ କରା ଯାଇଥିଲା । ଏହି ପ୍ରତିଷ୍ଠା ପୂଜାର୍ଚ୍ଚନା ରେ ମନ୍ଦିର ପରିଚାଳନା କମିଟିର ସ୍ଥାଇ ସଭାପତି ତଥା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ପୁର୍ବତନ ସାଂସଦ ଜୟରାମ ପାଙ୍ଗି , ପୁର୍ବତନ ଦୁଇ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି , ରଘୁରାମ ପଡାଲ୍ , ସୁନାବେଡା NAC ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର , ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ସଂଯୋକ ଚୈତନ୍ୟ ନନ୍ଦିବାଲି , ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବଳରାମ ବାରିକ୍ ପ୍ରମୁଖ ଯୋଗଦେଇ ମାଁ ଙ୍କ ପୂଜା କାର୍ଯ୍ୟକ୍ରମ ଦର୍ଶନ କରିଥିବା ବେଳେ ମାଁ ଙ୍କର ୦୯ ଖଣ୍ଡ ଗ୍ରାମର ମୁଖିଆ ଏବଂ ପରିଚାଳନା କମିଟିର ର ସଦସ୍ୟ ଗଣ ଉପସ୍ଥିତ ରହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ