ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଦାଗ ; ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ
ବଲାଙ୍ଗୀର,୩।୩:ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନାର ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ ବ୍ୟବହାର କରିଛନ୍ତି। ସ୍କୁଲ ପରିସରରେ ଏଭଳି ଏକ ଘଟଣା ଘଟିବା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।
ଏହି ଘଟଣାକୁ ଛାତ୍ରୀଙ୍କ ପରିବାର ଲୋକଲଜ୍ଜାକୁ ଡରି ଚୁପ୍ ରହିଥିଲେ ସେପଟେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲ୍ ଭିତରେ ହିଁ ରଫାଦଫା କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ।
ଅନ୍ୟପଟେ ସରକାର ରାଜ୍ୟର ଝିଅ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ କେତେ କଣ ଯୋଜନା ବାହାର କରୁଛନ୍ତି। ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି ସରକାର । କିନ୍ତୁ ଶିକ୍ଷା ମନ୍ଦିର ଭଳି ପବିତ୍ରସ୍ଥାନରେ ଏଭଳି ନିନ୍ଦନୀୟ ଘଟଣା ଗୁରୁ ଶିଷ୍ୟ। ଭିତରେ ଥିବା ସମ୍ପର୍କକୁ କଳଙ୍କିତ କରିଛି। ସୂଚନା ଅନୁସାରେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ ବ୍ୟବହାର କରିଛନ୍ତି।
ଏହି ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣଙ୍କୁ ଲୋକେ ନିର୍ଦ୍ଧୁମ ଛେଚିଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି।

