ବଡଧରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଅମ୍ବାଭୋନ ୦୪।୦୩ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ବଡଧରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଷଷ୍ଠତମ ବାର୍ଷିକ ଉତ୍ସବ “ଉଦୟନୀ-୨୬” ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ ରାଜକୁମାର ବଘେଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ପଞ୍ଚାୟତ କଲେଜର ପ୍ରଫେସର କିଶୋର ନାୟକ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ନାୟକ, ସମ୍ମାନୀତ ଅତିଥି
ସୁବାସ ପ୍ରଧାନ, ପୂର୍ବତନ ସରପଞ୍ଚ ଅନନ୍ତରାମ ସାହୁ, ଗୌରହରୀ ପଣ୍ଡା ଓ ସକ୍ରାଜିତ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦାନ କରିବାର ଥିଲେ। ଏହି ଉତ୍ସବ ରେ
ପଣ୍ଡିତ ସିଦ୍ଧାର୍ଥ ଦାଶଙ୍କ ଦ୍ୱାରା ମନ୍ତ୍ରପାଠ ଓ ଅତିଥିମାନଙ୍କ ଦ୍ୱାରା ମାଁ ସରସ୍ଵତୀଙ୍କ ଫଟୋଚିତ୍ର
ଦୀପ ପ୍ରଜ୍ୱଳନ କରି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସର ରେ ଜୟ ଜଗନ୍ନାଥ ସଂଗୀତ କଳା ପରିଷଦ ର କଳାକାର ରବିଶଙ୍କର ବେହେରା ଓ ଥଣ୍ତାରାମ ପଧାନ ଙ୍କ ନିର୍ଦେଶନା ରେ
ବିଦ୍ୟାଳୟର ଛାତ୍ରୀ ସଙ୍ଗୀତ ପରିବେଷଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନା ଭୁଏ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବାବେଳେ, ଗଙ୍ଗେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ ଭୁଏ ମଞ୍ଚ ପରିଚାଳନା କରିଥିଲେ।ରାଜ୍ୟ ଓ ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ମନସ୍ତାତ୍ୱିକ ନାଟକ “କେତେ ଦୁଃଖ ଦେବୁ ଦେରେ କାଳିଆ” ପରିବେଷଣ ହୋଇଥିଲା।ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।କାର୍ଯ୍ୟକ୍ରମ ସଫଳତାରେ ସହକାରୀ ଶିକ୍ଷକ ବେଣୁଧର ପଧାନ, ବୃନ୍ଦାବନ ବେହେରା, ବୁଲୁ ବିଶ୍ୱାଳ, ଜ୍ୟୋସ୍ନା ଭୁଏ, ସୁବୋଧ ଭୋଇ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୂପତି ପଧାନ ସହ କମିଟିର ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ବେଣୁଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

