ରଙ୍ଗରେ ନୁହେଁ, ଫୁଲରେ ହେବ ହୋଲି ଖେଳଯୋଗ ସାଧନା କେନ୍ଦ୍ରର ପରିବେଶ ସୁରକ୍ଷା
ଅମ୍ବାଭୋନା ୦୪।୦୩ ହୋଲି
ଅବସରରେ ସ୍ଥାନୀୟ ଚିଚୋଲି ଭୁକ୍ତା ଯୋଗ ସାଧନା କେନ୍ଦ୍ର ପକ୍ଷରୁ ଏବର୍ଷ ରଙ୍ଗ ପ୍ରୟୋଗ ପରିବର୍ତ୍ତେ ଫୁଲରେ ସ୍ବଧର୍ମ ଚେତନା ପ୍ରବଚନ କାର୍ଯ୍ୟକ୍ରମ ରେ ଆଜି ବୁଧବାର ଦିନ ସଂଧ୍ଯା ରେ ହୋଲି ଖେଳାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାକୁ ଲକ୍ଷ୍ୟ କରି ଏହି ଅଭିନବ ପଦକ୍ଷେପ ନିଆଯାଇଥିବା ସାଧନା କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ରାସାୟନିକ ରଙ୍ଗ ଦ୍ୱାରା ଚର୍ମ ଓ ଚକ୍ଷୁର କ୍ଷତି ସମ୍ଭାବନାକୁ ଦୃଷ୍ଟିରେ ରଖି, ପ୍ରାକୃତିକ ଫୁଲ ପାଖୁଡ଼ି ଦ୍ୱାରା ହୋଲି ଖେଳ ହେବ। ଏହି ଅବସରରେ ପ୍ରକାଶପୁର ଶ୍ରୀ ଗୁଣ୍ତିଚା ଖେଳ ପଡିଆ ରେ
ସ୍ବଧର୍ମ ଚେତନା ର ପ୍ରସିଦ୍ଧ ପ୍ରବଚକ ଅନନ୍ତ ଚରଣ ଦାସ ଙ୍କ ଦ୍ବାରା ଶ୍ରୀ ରାମ କଥା ପ୍ରସଙ୍ଗ ରେ ଆଧ୍ଯାତ୍ମିକ ଆଲୋଚନା କରି
ଶ୍ରଦ୍ଧାଳୁ ଓ ଭକ୍ତ ଙ୍କୁ
ବୁଝାଇବେ। ପରେ ଫୁଲ ହୋଲି ମାଧ୍ୟମରେ ସମ୍ମିଳିତ ଭାବେ ଉତ୍ସବ ପାଳନ କରାଯିବ ବୋଲି ଯୋଗ ସାଧନା କେନ୍ଦ୍ର ର ସଭାପତି ଫକୀର ମୋହନପ୍ରଧାନ ସୂଚନା ଦେଇଛନ୍ତି।
କେନ୍ଦ୍ରର ପ୍ରଶିକ୍ଷକମାନେ କହିଛନ୍ତି, “ହୋଲି ହେଉଛି ପ୍ରେମ, ସମ୍ମିଳନ ଓ ସଦଭାବନାର ପର୍ବ। ଏହାକୁ ପ୍ରାକୃତିକ ଓ ସୁରକ୍ଷିତ ଭାବରେ ପାଳନ କରିବା ଆମ ସମସ୍ତଙ୍କ ଦାୟିତ୍ୱ।”ସମସ୍ତ ସଦସ୍ୟ ଓ ସାଧାରଣ ଲୋକଙ୍କୁ ଏହି ପରିବେଶବାନ୍ଧବ ହୋଲି ଉତ୍ସବରେ ଯୋଗଦେବା ପାଇଁ ଅଞ୍ଚଳବାସୀଙ୍କୁ ଆମନ୍ତ୍ରଣ କରାଯାଇଛି।

