ଅମ୍ବାଭୋନ ରେ ବିଜେଡି ଦଳ ପକ୍ଷରୁ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତି ପାଳନ
ଅମ୍ବାଭୋନା ୦୫।୦୩। ବରଗଡ ଜିଲ୍ଲା ଅମ୍ବାଭୋନା କେଦାରନାଥ ମନ୍ଦିର କଲ୍ଯାଣ ମଣ୍ଡପ ଠାରେ ଭଟଲି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ ବିଜୁପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳନ କରାଯାଇଥିଲା। ଏଥିରେ ସୋହେଲା ବ୍ଳକ ବରିଷ୍ଠ କର୍ମୀ ତଥା ଦଳ ର ସଭାପତି ଗଣତନ୍ତ୍ର ପଧାନ ଙ୍କ ସଭାପତିତ୍ବ ରେ ବିଜୁ ଜନତା ଦଳ ର ରାଜ୍ଯ ଉପସଭାପତି ସୁବ୍ରତ ସିଂହ, ସୁଶାନ୍ତ ମିଶ୍ର,ଜିଲ୍ଲାପରିଷଦ ସଭ୍ଯା ନୀଲ କୁମାରୀ ନାୟକ,
ବରଗଡ ଜିଲ୍ଳା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠି, ଭଟଲି ବ୍ଳକ ବିଜେଡି ସଭାପତି ହୃଦାନନ୍ଦ ଖମାରୀ, ଅମ୍ବାଭୋନାବ୍ଳକ ବିଜେଡି ସଭାପତି ବିଷ୍ଳୁ ପଧାନ, ଅମ୍ବାଭୋନାବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ, ସୋହେଲା ବ୍ଳକ ଅଧ୍ଯକ୍ଷ ବବି ପଧାନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ,ଉତ୍ତମ ଗ୍ରାମପଞ୍ଚାୟତ ସରପଞ୍ଚ ହୀରାଧର ସାହୁ, ସତ୍ୟଭୂଷଣ ସାହୁ,
ସନ୍ତୋଷ ସେଠ, ରଘୁନାଥ ପଟେଲ, ସୁବ୍ରତ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦାନ କରି ବିଜୁପଟ୍ଟନାୟକ ଙ୍କ ଜୀବିନୀ ଉପରେ ଆଲୋଚନା କରିଥିଲେ।ସଭା ପରିଚାଳନା ପଞ୍ଚାନନ ପୁରୋହିତ
ପରିଶେଷ ରେ ଅମ୍ବାଭୋନାବ୍ଳକ ବିଜେଡି ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେଠାରେ ଯୁବ ନେତା ପୂର୍ଣାନନ୍ଦ ବଢେଇ, ସତ୍ଯନାରାୟାଣ ଗରିଆ, ଗୌରୀଶଂଖର ଅଗ୍ରଔଳ, ଡୋଲାମଣି ପଟେଲ ସମେତ ଭଟଲି, ଅମ୍ବାଭୋନା,ସୋହେଲା ବ୍ଳକ ର ବହୁ ବିଜେଡି କର୍ମୀ ଉପସ୍ଥିତ ହୋଇଥିଲେ।

