Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଥଯାତ୍ରା ପୂର୍ବରୁ ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ

ପୁରୀ: ଆଗକୁ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରାଥଯାତ୍ରାକୁ ଆଉ କେଇଟା ଦିନ ବାକି ଥିବା ବେଳେ ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ। ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ହେବ । ରୂପା ଛାଉଣୀ ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇ ଦେବେ। ରଥଯାତ୍ରା ପୂର୍ବରୁ ସମସ୍ତ କାମ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସେପଟେ, ରଥଯାତ୍ରା ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ତେବେ ସିଂହଦ୍ବାରରେ ରୂପା ଛାଉଣୀ ସମୟରେ ଉକ୍ତ ଦ୍ବାରରେ ପ୍ରବେଶ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରଥଯାତ୍ରା ସମୟରେ ରୂପାରେ ଆଚ୍ଛାଦିତ ହେବ ସିଂହଦ୍ବାର।