Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

LPG ଦର ହୁ ହୁ ହୋଇ ବଢୁଛି! କେଜି ପିଛା ୧୫୦ ଟଙ୍କା

ଭୁବନେଶ୍ଵର,୧୨।୩: ମଧ୍ୟପ୍ରାଚ୍ୟ ଭିତରେ ଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇ ତାଣ୍ଡବଲୀଳା ରଚିଛି। LPG ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ଏହି ସମସ୍ୟା ଏବେ ଦେଖାଦେଇଛି । ହୋଟେଲ, ରେଷ୍ଟୁରାଣ୍ଟ ଛୋଟ ବ୍ୟବସାୟୀ ସବୁଠି ପଡ଼ିଛି ପ୍ରଭାଵ। ଚା ଦୋକାନୀଠୁ ଆରମ୍ଭ କରି ବଡ ବ୍ୟବସାୟୀ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଆଜି LPG କିଲୋ ପିଛା ୧୫୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ,ସରକାର କଳା ବେପାରୀଙ୍କୁ ରୋକିବା ପାଇଁ ଗ୍ୟାସ ଖାତା ଥିବା ହିତାଧିକାରୀଙ୍କ ବୁକିଂ ତାରିଖକୁ ବଢାଇ ଦେଇଛନ୍ତି। ବୁକିଂ ତାରିଖର ୨୫ ଦିନ ପରେ ହିତାଧିକାରୀଙ୍କୁ ମିଳିବ ସିଲିଣ୍ଡର। ଅନ୍ୟପଟେ, କେଜି ପିଛା LPG ୧୫୦ ଟଙ୍କା ବଢ଼ିଛି। ସାଧାରଣ ବର୍ଗ ହନ୍ତସନ୍ତ। ତେବେ ଏ ସମସ୍ୟା ଉପରେ ସରକାର ନଜର ରଖିଛନ୍ତି। ଏହାର ଖୁବଶୀଘ୍ର ସମାଧାନ ହେବ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ