Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଠି ପାଲି ରେ ରାମେଶ୍ଵର ମହୋତ୍ସବ ଉପଲକ୍ଷେ ଜଳନ୍ଧର ଦରବାର ଆୟୋଜିତ

ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଟିଠିପାଲି ଗ୍ରାମ ରାମେଶ୍ବର ମହୋତ୍ସବ ଅବସରରେ ଜଳନ୍ଧର ଦରବାର ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଗୁରୁବାର ସଂଧ୍ୟାରେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି ଅଞ୍ଚଳ ର ବିକାଶ ରେ ସମସ୍ତଙ୍କ ଭାଗିଦାରୀ ସମନ୍ଵୟ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ l ରାମେଶ୍ବର ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଉତ୍ସବ ନେଇ ପ୍ରଶଂସା କରିଥିଲେ। ଉଦ୍‌ଘାଟନୀ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ , ପୁର୍ବତନ ବ୍ଲକ ଅଧକ୍ଷ ରଞ୍ଜିତ ରଥ , ସମିତି ସଭ୍ୟ ଶୈଳରଞ୍ଜନ ବାଦୀ, ରାମେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ବିଦେଶୀ ମହାକୁର , ସମ୍ପାଦକ ମଳୟ ଅମାତ, ପୁର୍ବତନ ସଭାପତି ବିଶ୍ଵାମିତ୍ର ଦେହେରି ପ୍ରମୁଖ ମଞ୍ଚାସିନ ଥିଲେ। ସାମାଜିକ କର୍ମୀ ମୀନକେତନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ବଗର୍ତ୍ତୀ ଉଦଘୋଷକ ଥିଲେ। ମହାରାଜ ଜଳନ୍ଧର ରାଜ ଆରମ୍ଭ ହୋଇଥିଲା ବ୍ରହ୍ମା ଙ୍କ ଠାରେ ଅମର ବର ପ୍ରାପ୍ତି ପାଇଁ ଜଳନ୍ଧର ତପସ୍ୟା ଅମର ବର ମାଗିବା ଓ ବ୍ରହ୍ମାଙ୍କ ଅମର ବରଦାନ ସ୍ତ୍ରୀ ଅସତୀ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ବର ପ୍ରାପ୍ତି ରେ ଉତ୍ଫୁଳିତ ଜଳନ୍ଧର । ସିନ୍ଧୁ ରାଜ୍ୟ ରେ ଜଳନ୍ଧର ରଜଭିସେକ ସମ୍ପନ୍ନ । ରାଜ ଅତିଥି ଭାବେ ଯୋଗଦେଇ ଥିଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ । ଜଳନ୍ଧର ଭୂମିକାରେ ଭୁବନେଶ୍ୱର ପଧାନ ଙ୍କ ବରଗଡ଼ ଧନୁଯାତ୍ରା ୧୧ କଣ କଳାକାର ଟିଠୀପାଲି ଯାତ୍ରା ମଞ୍ଚ ରେ ନିଖୁଣ ଅଭିନୟ ଦର୍ଶକ ଙ୍କୁ ବିମୋହିତ କରିଥିଲା। ହଜାର ହଜାର ଦର୍ଶକ ମନ ଭରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ