Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନ ପୋଲିସର ନିନ୍ଦନୀୟ କାର୍ଯ୍ୟ; ବିନା ଭୁଲ୍ ରେ ମହିଳା ଭୋଗିଲେ ୧୪ ଦିନ ଜେଲଦଣ୍ଡ

ଢେଙ୍କାନାଳ,୧୩।୩: ଅପରାଧକୁ ଏବଂ ବେଆଇନ କାର୍ଯ୍ୟକଳାପର ପର୍ଦ୍ଦାଫାଶ ପାଇ ପୋଲିସ୍ ପ୍ରଶାସନ ସବୁବେଳେ ସଜାଗ ଥାଏ । କିନ୍ତୁ ବେଳେ ବେଳେ ନିଜର କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାର ପାତ୍ର ହୋଇଥାଏ । ପୋଲିସ ପ୍ରଶାସନ ଉପରେ ଏବେ ଉଠିଛି ପ୍ରଶ୍ନ। ଭୁବନ ପୋଲିସର କାର୍ଯ୍ୟକଳାପ ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି । କାରଣ ବିନା ଦୋଷରେ ଜଣେ ମହିଳାଙ୍କୁ ଗିରଫ କରି ଜେଲ୍ କୁ ପଠାଇ ଦେଇଛି ପୋଲିସ। ୧୪ ଦିନ ବିନା ଭୁଲରେ ଜେଲରେ ରହିଲେ । ପୋଲିସର ବେଖାତିର ସ୍ଵଭାବ ପାଇଁ ନୀରିହକୁ ସଜା ମିଳିଛି ।

ସୂଚନା ଅନୁସାରେ, ଗତ ୨୦୨୬ ଜାନୁଆରୀ ୧୬ ତାରିଖ ଦିନ ଭୁବନ ଥାନାରୁ ସୁମିତ୍ରାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଆସିଥିଲା । ଆଉ ପୋଲିସ କହିଲା ଥାନାକୁ ନେଇଗଲା । ପରେ ବିନାକାରଣରେ ଦିନ ସାରା ମହିଳାଙ୍କୁ ଥାନାରେ ବସାଗଲା । ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇ ଥାନାରୁ ଜେଲ ପଠାଇ ଦିଆଗଲା ।

ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ସାଇରାମପୁର ଗ୍ରାମରେ । ସ୍ବର୍ଗତଃ ବିଶ୍ବନାଥ ମଲ୍ଲିକଙ୍କ ଝିଅ ସୁମିତ୍ରାଙ୍କୁ ବିନା କାରଣରେ ପୋଲିସ ଗିରଫ କରିବା ପରେ ସେ ୧୪ ଦିନ ଜେଲରେ କାଟିଛନ୍ତି ।
କାମାକ୍ଷାନଗରସ୍ଥିତ ଜେଲରେ ପୁରା ୧୪ ଦିନ ରହିବା ପରେ ୨୦ ହଜାର ଟଙ୍କାର ବେଲ୍ ବଣ୍ଡରେ ଜାମିନରେ ସୁମିତ୍ରା ମୁକୁଳିଛନ୍ତି । କିନ୍ତୁ ସୁମିତ୍ରା କେଉଁ ଦୋଷରେ ଗିରଫ ହେଇଥିଲେ ? ଏବଂ ତାଙ୍କ କାହିଁକି ଗିରଫ କରଯାଇଥିଲା? ତାଙ୍କ ବିରୋଧରେ କେଉଁ ମାମଲା ରହିଥିଲା ? ଏହାକୁ ନେଇ ଅନେକ କଥା ସନ୍ଦେହ ଘେରକୁ ଆସିଛି। କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି ଦୋଷୀ ନିଜେ କାଟିଥିବା ଜେଲଦଣ୍ଡ ବିଷୟରେ ସଂପୂର୍ଣ୍ଣ ଭାବେ ଅଜ୍ଞାତ। କାରଣ ସୁମିତ୍ରାଙ୍କୁ ଜଣାନାହିଁ ସେ କେଉଁ ଦଣ୍ଡରେ ଜେଲରେ ରହିଥିଲେ। ଏନେଇ ସେ ସେ ପୋଲିସକୁ ପଚାରିଥିଲେ ମଧ୍ୟ କିନ୍ତୁ ତାଙ୍କୁ ଉତ୍ତର କିଛି ମିଳିନଥିଲା। ସେ ଏବେ ଏହି ଘଟଣାର ନ୍ୟାୟ ଭିକ୍ଷା କରିଛନ୍ତି । ବିନା କାରଣରେ ପୋଲିସ ଗିରଫ କରିଥିବାରୁ ସୁମିତ୍ରାଙ୍କ ସମ୍ମାନକୁ ଆଞ୍ଚ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହାସହିତ ଏହି ଘଟଣାର ଉପଯୁକ୍ତ ନ୍ୟାୟ ପାଇଁ ସେ ଓ ତାଙ୍କ ପରିବାର ଦାବି ମଧ୍ୟ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ