ନିଜେ ଜାରି କରିଥଲେ ହ୍ବିପ୍; ଏବେ ବେଙ୍ଗଲୁରୁ ଗସ୍ତରେ କଂଗ୍ରେସ ନେତା
ଭୁବନେଶ୍ଵର,୧୩।୩: ରାଜ୍ୟସଭା ନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ହ୍ବିପ୍ ଜାରି କରିଥିଲେ। ଶାସକ ଦଳ ବିରୁଦ୍ଧରେ ବିଜେଡ଼ି ଓ କଂଗ୍ରେସ ମିଳିତ ସହଯୋଗରେ ଦୃଢତାର ସହ ଲଢେଇ କରିବାକୁ ଯେଉଁ ସାମର୍ଥ୍ୟ ଦେଖାଇଥିଲେ ଆଜି ଫିକା ପଡିଲା ଭଳି ଲାଗୁଛି । ନିଜେ ହ୍ବିପ୍ ଜାରି କରିଥିଲା କିନ୍ତୁ ଦଳ ନିଜେ ହିଁ ନିୟମକୁ ଅନୁପାଳନ କଲାନାହିଁ। ରାଜ୍ୟସଭା ନିର୍ବାଚନ ପାଇଁ ରାଜଧାନୀ ନଛାଡ଼ିବାକୁ କଂଗ୍ରେସ ଜାରି କରିଥିଲା ‘ହ୍ବିପ୍’। କିନ୍ତୁ ହ୍ବିପ୍ ର ଦିନକ ପରେ ହିଁ ୮ ବିଧାୟକ ରାଜଧାନୀ ଭୁବନେଶ୍ୱର ଛାଡ଼ି ବେଙ୍ଗଲୁରୁ ଅଭିମୁଖେ ପଳାଇଛନ୍ତି ।
ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନ ପାଇଁ ଦଳ କଡ଼ା ନିର୍ଦ୍ଦେଶ ଦେଇଥିଲା, ୧୩ ତାରିଖରୁ ୧୬ ତାରିଖ ଯାଏଁ ଦଳର ସମସ୍ତ ବିଧାୟକଙ୍କୁ ଓଡ଼ିଶା ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ କଂଗ୍ରେସ ଦଳ ମୁଖ୍ୟ ସଚେତକ ରାଜନ ଏକ୍କା ‘ହ୍ବିପ୍’ ଜାରି କରିଥିଲେ କିନ୍ତୁ ସେ ନିଜେ ଏବେ ବେଙ୍ଗଲୁରୁ ଗସ୍ତରେ।
ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦଳ ନିଜେ ‘ହ୍ବିପ୍’ ଜାରି କରି ଏବେ ନିଜ ନିୟମ କୁ ଫୁ କରି ଉଡାଇ ଦେଇଛନ୍ତି ଦଳର ପ୍ରମୁଖ ନେତା । କଂଗ୍ରେସର ୮ ବିଧାୟକ ରାଜଧାନୀ ଛାଡ଼ି ବେଙ୍ଗଲୁରୁ ଗସ୍ତରେ ଅଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲା କଂଗ୍ରେସ। ୧୩ରୁ ୧୬ ଯାଏଁ ଦଳର ସମସ୍ତ ବିଧାୟକଙ୍କୁ ଏଠି ରହିବାକୁ କୁହାଯାଇଥିଲା ।

